Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କଂଗ୍ରେସର ଗଡ ରାଜନଗର ନିର୍ବ।ଚନ ମଣ୍ଡଳିରେ ବିଜେଡି ଟିକେଟ୍ ଦୌଡରେ ୪ ଆଶାୟୀ

6/03/2019 at 2:37 PM

ପଟ୍ଟାମୁଣ୍ଡାଇ ୬|୩ : ନିର୍ବ।ଚନ ସମୟ ଯେତିକି ପାଖେଇ ଆସୁଛି ରାଜନଗର ନିର୍ବ।ଚନ ମଣ୍ଡଳିର ସେତିକି ସରଗରମ ହେବାରେ ଲାଗିଛି ରାଜେନୈତିକ ପାଣିପାଗ। ଏହି ନିର୍ବ।ଚନୀ ଉଷ୍ମତା ଭିତରେ ବିଜୁ ଜନତା ଦଳରେ ବଢିବାରେ ଲାଗିଛି ଆଶାୟୀଙ୍କ ସଂଖ୍ୟା। ଦଳୀୟ ଟିକେଟ୍ ହାତେଇବା ପାଇଁ ଆଶାୟୀଙ୍କ ମଧ୍ୟରେ ଥିବା ଉତ୍କଣ୍ଠା ଏବେ ଶୀତଳ ଯୁଦ୍ଧରେ ପରିଣତହେଲାଣି। ଏମିତିକି ଦଳର ଆଶାୟୀମାନେ ପରସ୍ପର ଉପରକୁ କାଦୁଆ ଫିଙ୍ଗିବା ଆରମ୍ଭ କଲେଣି।

ଆଶାୟୀଙ୍କ ଲମ୍ବା ଧାଡି।କିଏ ସାଉଁଟି ପାରିବ ଦଳୀୟ ନେତାଙ୍କ ସମର୍ଥନ ଏବଂ ହାତେଇ ପାରିବ  ଦଳୀୟ ଟିକେଟ୍‌ ନେଇ ଆଶାୟୀଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା।ତେବେ ଆଶାୟୀଙ୍କ ଦୌଡରେ ଏବେ ମୁଖ୍ୟତଃ ୩ ଜଣ ଟାଣୁଆ ନେତାଙ୍କ ନାମ ଆଗରେ ରହିଛି। ବିଜେଡି ଜିଲ୍ଲା ସଭାପତି ଧୃବ ସାହୁ ଟିକେଟ୍ ଦଉଡରେ ଏବେ ଆଗରେ ଅଛନ୍ତି ।  ପୂର୍ବ ଥର ଦଳୀୟ ଟିକେଟ୍ ପାଇ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କଠାରୁ ପରାଜୟ ହୋଇଥିଲେ ମଧ୍ୟ ଚଳିତବର୍ଷ ନିର୍ବ।ଚନ ପାଇଁ ଖୁବ୍ ଯୋରଦାର ପ୍ରଚେଷ୍ଟା କରିଚାଲିଛନ୍ତି ।

ତେବେ ଦଳର ଅନ୍ୟତମ ଆଶାୟୀ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଦୁର୍ଗ।ଶିଷ ମହାନ୍ତି ୨୦୦୯ ମସିହାରେ ଜିଲ୍ଲା ପରିଷଦ ନିର୍ବ।ଚନରେ ଲଢିଥିବାବଳେ ଥରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ଦଳର ଅନ୍ୟତମ ଆଶାୟୀ ଅଜିତ ନାୟକ ୨୦୦୧ରେ ବିଜେଡିରୁ ଟିକେଟ୍ ପାଇ ଜିଲ୍ଲାପରିଷଦ ନିର୍ବ।ଚନରେ ବହୁ ସଂଖ୍ୟାର ଭୋଟ୍ ପାଇ ବିଜେଡିରୁ ଜିଲ୍ଲାପରିଷଦ ରୂପେ ପ୍ରତିନିଧିତ୍ତ୍ବ କରିଛନ୍ତି ଏବଂ ସେ ମଧ୍ୟ ଚଳିତ ନିର୍ବ।ଚନରେ ବିଧାୟକ ଟିକେଟ ପାଇବା ପାଇଁ ଆଶା ରଖିଛନ୍ତି ।   ଅନ୍ୟପଟେ ଆଉ ଜଣେ ଆଶାୟୀ ସଂଜୟ ଜେନା ମଧ୍ୟ ଟିକେଟ ପାଇବାକୁ ଆଶା ରଖିଛନ୍ତି ।

ବର୍ତ୍ତମାନ ଜିଲ୍ଲା ବିଜେଡିର ସଭାପତି ଧୃବ ସାହୁ ବେଶ୍ କିଛି ଦିନ ଆଗରୁ ପୋଷ୍ଟର ବ୍ୟାନର ମାରି ନିଜ ପତିଆରା ଜାହିର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ତବେ ତାଙ୍କ ଲୋକସମ୍ପର୍କ ଏବଂ ତୃଣମୂଳ ସ୍ତରରେ ଥିବା ଦକ୍ଷତା ତାଙ୍କୁ ଟିକେଟ ମିଳିବାରେ ସହାୟତା କରିବ ବୋଲି ସେ ଆଶା କରିଛନ୍ତି । ଦଳୀୟ ନେତାଙ୍କ ସହ ତାଙ୍କର ଅତି ଭଲ ସମ୍ପର୍କ ରହିଛି ବୋଲି ଧୃବ ସାହୁ ଦୃଢୋକ୍ତି ପ୍ରକାଶ କରିବା ସହିତ ଏହି ସମ୍ପର୍କ ହିଁ ତାଙ୍କୁ ଟିକେଟ୍ ଦେବାରେ ସହାୟତା ହେବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ଦଳରେ ଏହି ୪ ଜଣ ନୁହନ୍ତି ବରଂ ଏବେ ବିଜେଡିର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସଂଖ୍ୟାଧିକ ଆଶାୟୀ ଟିକେଟ ପାଇଁ ଧାଡିରେ ଛିଡାହୋଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଯୋରଧରିଛି। ତେବେ କଣ ନିଷ୍ପତି ନେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ରାଜନଗର ସଂରକ୍ଷିତ ବିଧାନସଭା ଆସନ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢୁଥିବା ବେଳେ ଟିକେଟ୍ ହାତେଇବା ନେଇ ବିବାଦ ମଧ୍ୟ ବଢିବାରେ ଲାଗିଛି। ତେବେ ଦଳର ନିଷ୍ପତ୍ତି ପରେ ଅସନ୍ତୁଷ୍ଟଙ୍କୁ ସମ୍ଭାଳିବା ଦଳ ପାଇଁ କାଠିକର ପାଠ ହୋଇପଡିବ।

   Related Posts