Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଫ୍ୟାକ୍ଟ୍ରି ମାଲିକଙ୍କ ହତ୍ୟାକାଣ୍ଡରେ ପତ୍ନୀ ଓ ପ୍ରେମିକାଙ୍କ ସମେତ ଚାରି ଗିରଫ…

14/09/2019 at 1:38 PM

ମୁଜାଫାରପୁର୧୪|୯: ସଦର ଥାନା ଅଞ୍ଚଳରେ ଥିବା କଞ୍ଚିପକ୍କି ଇନ୍ଦିରା କଲୋନୀରେ ହୋଇଥିବା ଝୋଟ ଫ୍ୟାକ୍ଟ୍ରିର ମାଲିକ ଜିତେନ୍ଦ୍ର ସିଂହଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଫ୍ୟାକ୍ଟ୍ରିମାଲିକଙ୍କ ପତ୍ନୀ ଓ ତାଙ୍କ ପ୍ରେମିକାଙ୍କ ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ବ୍ୟବହାର କରୁଥିବା ମୋବାଇଲ ଫୋନଗୁଡିକୁ ପୋଲିସ ଜବତ କରିଛି। କଲ ଡିଟେଲ୍ସ ଯାଞ୍ଚ କରିବା ପରେ ହତ୍ୟାକାଣ୍ତର ପ୍ରକୃତ କାରଣ ସାମ୍ନାକୁ ଆସିଛି। ସଂପତ୍ତି ବିବାଦକୁ କେନ୍ଦ୍ରକରି ହତ୍ୟା କରାଯାଇଛି ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ ଯେ, ଫ୍ୟାକ୍ଟ୍ରିମାଲିକଙ୍କ ହତ୍ୟା ହେବା ପରେ ଇନ୍ଦିରା କଲୋନୀରେ ଥିବା ଲୋକଙ୍କ ମନରେ ଭୟ ଖେଳିଯାଇଥିଲା। ମୃତ ଜିତେନ୍ଦ୍ରଙ୍କ ପାଖରେ କୋଟି କୋଟି ଟଙ୍କା ସମ୍ପତ୍ତି ଥିବା କଥା ପୋଲିସ କହିଛି। ତଦନ୍ତ ସମୟରେ ଜଣାପଡିଛି ଯେ, ତାଙ୍କ ସମ୍ପତ୍ତି ଉପରେ କିଛି ଜମି ମାଫିଆଙ୍କ ନଜର ଥିଲା। ପୋଲିସ ଅଧିକାରୀ ମିଥିଲେଶ କୁମାର ଝାଙ୍କ କହିବା ମୁତାବକ, ହତ୍ୟାକାଣ୍ଡରେ ମାଲିକଙ୍କ ପତ୍ନୀ ଓ ତାଙ୍କ ପ୍ରେମିକା ସହ ଘରର ଆଉ ୪ ଜଣ ଲୋକଙ୍କ ସଂପୃକ୍ତି ରହିଛି।

ଏସଏସପି ମନୋଜ କୁମାର କହିଛନ୍ତି ଯେ, ତାଙ୍କ ପରିବାରର ୪ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ଏଥସହ ଇନ୍ଦିରା କଲୋନୀରୁ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ମାଲିକଙ୍କ ଝିଅମାନେ ସନ୍ଦେହ ଘେରକୁ ଆସିଲେ ସେମାନଙ୍କୁ ମଧ୍ୟ ହେପାଜତକୁ ନିଆଯିବ ବୋଲି ମନୋଜ କହିଛନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କ ସହ ଜଡ଼ିତ ଲୋକଙ୍କୁ ପୋଲିସ ଡ଼ାକି ପଚରାଉଚରା କରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପୋଲିସର ସୂଚନା ମୁତାବକ, ୨ ବର୍ଷ ତଳେ ମୃତ ଜିତେନ୍ଦ୍ର ୬ କୋଟି ଟଙ୍କାର ସଂପତ୍ତି ବିକ୍ରି କରିଥିଲେ। ୭୦ ଲକ୍ଷଟଙ୍କାରେ ଇନ୍ଦିରା କଲୋନିରେ ଏକ ଘର କିଣିଥିଲେ। ୨୦୧୭ ମସିହାରେ ସେ ଏକ ଯୁବତୀଙ୍କ ସଂପର୍କରେ ଆସିଥିଲେ। ଯେଉଁଥିପାଇଁ ଜିତେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏହି ସକାଶେ ସ୍ବାମୀ ଓ ସ୍ତ୍ରୀ ଅଲଗା ଅଲଗା ରହୁଥିଲେ ବୋଲି ପୋଲିସ କହିଛି। ମୃତ ଜିତେନ୍ଦ୍ରଙ୍କ ପ୍ରେମିକାଙ୍କ କହିବା ମୁତାବକ, ତାଙ୍କ ସହ ଜିତେନ୍ଦ୍ର କମ୍‌ କଥା ହେଉଥିଲେ ହେଲେ ଅନଲାଇନରେ ବହୁ ସମୟ ଚାଟ୍‌ କରୁଥିଲେ । ସନ୍ଦେହ ଘେରରେ ଥିବା ସମସ୍ତ ଲୋକଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି।

   Related Posts