ଦୁଇଟି ଡକାୟତି ଘଟଣାର ପର୍ଦ୍ଦାଫାଶ : କୁଖ୍ୟାତ ଡକାୟତ ବଣ୍ଟି ସୁନା ସମେତ ୪ ଗିରଫ

Published By : Prameya-News7 Bureau | October 24, 2020 IST

ବଲାଙ୍ଗୀର ୨୪।୧୦: ବଲାଙ୍ଗୀରରେ ଦୁଇଟି ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ଆଦର୍ଶ ଥାନା ପୋଲିସ । ଷ୍ଟେସନ ରୋଡ୍ ମେହେର ବ୍ୟାଟେରୀ ଦୋକାନ ଓ ଏୟାରଟେଲ ଫ୍ରାଞ୍ଚଇସ କମ୍ ପେମେଣ୍ଟ ବ୍ୟାଙ୍କ ଘଟଣାର ପର୍ଦ୍ଦାଫାଶ କରିଛନ୍ତି । କୁଖ୍ୟାତ ଡକାୟତ ବଣ୍ଟି ସୁନା ସହ ୪ ଡକାୟତକୁ ଉଭୟ ମାମଲାରେ ପୋଲିସ ଗିରଫ କରିଛି । ପୋଲିସ ଗୋଟିଏ ପିସ୍ତଲ ସହ ମାରଣାସ୍ତ୍ର, ୩ଟି ବାଇକ୍ ଓ ଦୁଇଟି ବ୍ୟାଟେରୀ ଜବତ ହୋଇଛି ।

{"id":349999,"sizeSlug":"large"}

ଘଟଣାରେ ସମ୍ବଲପୁରର ବିଭୂତି ଭୂଷଣ ସୁନା, ବୌଦ୍ଧର ଅମିତ ଝାଙ୍କର, ମାମିଲ ମହାଲିଙ୍ଗ ଓ ବଲାଙ୍ଗୀରର ମହାଦେବ ସାହୁ ଗିରଫ ହୋଇଛନ୍ତି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଟାଉନ ଥାନା ପୋଲିସ । ଗତ ଜାନୁଆରୀ ୨୧ ତାରିଖରେ ଷ୍ଟେସନ ରୋଡର ଅନୀଲ ମିଶ୍ରଙ୍କ ଏୟାରଟେଲ୍ ଫ୍ରାଞ୍ଚାଇସ ଓ ସେପ୍ଟେମ୍ବର ୧୩ ତାରିଖରେ ଷ୍ଟେସନ ରୋଡ୍ ମେହେର ଡିଷ୍ଟ୍ରିବ୍ୟୁସନର ଶିବ ରାମଙ୍କ ଦୋକାନରେ ବନ୍ଧୁକ ମୁନରେ ଲୁଟ୍ ହୋଇଥିଲା । ଗିରଫ ପରେ ଅଭିଯୁକ୍ତକୁ ଟାଉନ ଥାନା ପୋଲିସ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.