ରାଜଧାନୀରେ ଶିଶୁ ବିକ୍ରି ମାମଲା : ଶିଶୁପୁତ୍ରର ବାପା ସମେତ ୪ଗିରଫ

Published By : Prameya-News7 Bureau | February 28, 2020 IST

ଭୁବନେଶ୍ବର ୨୮।୨: ରାଜଧାନୀରେ ଶିଶୁ ବିକ୍ରି ଘଟଣାରେ ୪ଜଣଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଶିଶୁର ବାପା, କିଣିଥିବା ବ୍ୟକ୍ତି ଓ ୨ ମହିଳାଙ୍କୁ ଗିରଫ କରାଯାଇଛି । ୪ ଜଣଙ୍କ ନାଁରେ ଜୁଭେନାଇଲ ଜଷ୍ଟିସ ଆଇନରେ ମାମଲା ରୁଜୁ କରାଯାଇଛି ।

ସିଡବ୍ଲୁସିର ଅଭିଯୋଗ ପରେ ଶିଶୁ ବିକ୍ରି ଘଟଣାର ଛାନଭିନ୍ ଆରମ୍ଭ କରିଥିଲା ଖଣ୍ଡଗିରି ପୋଲିସ । ମଞ୍ଚେଶ୍ବର ଅଂଚଳରୁ ଶିଶୁପୁତ୍ରକୁ ଗତକାଲି ଉଦ୍ଧାର କରାଯାଇଥଲା । ଦାରିଦ୍ର୍ୟ କାରଣରୁ ଦମ୍ପତ୍ତି ନିଜ ଶିଶୁ ପୁତ୍ରକୁ ୧୦ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏହି ଦମ୍ପତ୍ତିଙ୍କର ପୂର୍ବରୁ ୪ଟି ସନ୍ତାନ ଥିବାବେଳେ ଶିଶୁପୁତ୍ରର ଲାଳନପାଳନ କରିବାରେ ଅସମର୍ଥତା ଯୋଗୁଁ ତାକୁ ଅନ୍ୟକୁ ଦେଇଥିବା କହିଥିଲେ ଶିଶୁପୁତ୍ରର ବାପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.