ଲୁଟ୍ ଘଟଣାରେ ବଣିଆ ସମେତ ୪ ଗିରଫ, ୨୧୦ଗ୍ରାମ୍‌ର ସୁନା ଅଳଙ୍କାର ଜବତ

Published By : Prameya-News7 Bureau | June 12, 2021 IST

ସାନଖେମୁଣ୍ଡି ୧୨।୬: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଲେଙ୍କାଖାଲି ଗାଁରେ ଗତ ୭ତାରିଖରେ କାଶୀନାଥ ଦଳେଇଙ୍କ ଘରୁ ଚୋରି ହୋଇଥିଲା । ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ପଶି ବାରି କବାଟ ଭାଙ୍ଗି ପରିବାର ସଦସ୍ୟ ଶୋଇଥିବା ବେଳେ ୨୧୦ ଗ୍ରାମ ସୁନା ଅଳଙ୍କାର ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ଛାନଭିନ୍ କରି ଚୋରି ସୁନା ଅଳଙ୍କାର ଜବତ କରିବା ସହ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

{"id":464912,"sizeSlug":"large","linkDestination":"none"}

ଗିରଫଙ୍କ ମଧ୍ୟରେ ୩ ଜଣ ପେଶାଦାର ଚୋର ଥିବାବେଳେ ଜଣେ ବଣିଆ ଏହି ଚୋରିରେ ସମ୍ପୃକ୍ତ ଅଛନ୍ତି । ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଏନେଇ ଥାନାରେ କେଶ ନମ୍ବର ୨୯୭/୨୧ରେ ମାମଲା ରୁଜୁ କରାଯାଇ ଗିରଫ ବ୍ୟକ୍ତିଙ୍କୁ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଉଥିବା ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ହିଞ୍ଜିଳି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.