Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଭୁଲ୍ ଖବର ଓ କରୋନା ନେଇ ଗୁଜବ ଅଭିଯୋଗରେ ୪ଜଣ ଗିରଫ

18/03/2020 at 12:20 PM

କେନ୍ଦ୍ରାପଡା ୧୮।୩: ସୋସିଆଲ ମିଡିଆରେ କରୋନା ସଂପର୍କରେ ଗୁଜବ ପ୍ରଚାର କରି କେନ୍ଦ୍ରାପଡାର ଚାରି ଯୁବକଙ୍କୁ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଏକ ଇଲେକ୍ଟ୍ରେନିକ୍ସ ମିଡିଆର ସ୍ଥାନୀୟ ପ୍ରତିନିଧିଙ୍କ ସହ ୪ଜଣ ୱେବ୍‌ ପୋର୍ଟାଲ୍‌ ପ୍ରତିନିଧି ଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ କରୋନା ସମ୍ପର୍କରେ ସେମାନେ ମିଥ୍ୟା ଖବର ପ୍ରଚାର କରିଥିବା ଅଭିଯୋଗ ଭିତ୍ତିରେ ପୋଲିସ ସେମାନଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ନ୍ୟୁଜ୍‍ ସର୍ଭିସ୍‌ (କେଏନ୍‍ଏସ୍‍) ହ୍ୱାଟ୍ସଆପ୍‌ ଗ୍ରୁପ୍‌ର ଆଡ୍‌ମିନିଷ୍ଟ୍ରେଟର୍‌ ବା ପରିଚାଳକ ତଥା ଜୀ-କଳିଙ୍ଗ ଟିଭିର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ସଦର ଥାନା ଚାନ୍ଦୋଳର ଶିବାଶିଷ ମହାନ୍ତି, ଓଡ଼ିଶା ଲାଇଭ୍‍ ଟିଭିର ପ୍ରତିନିଧି ସଦର ଥାନା ହାଲପୁରର ପ୍ରଫୁଲ୍ଲ ଦାସ ଓରଫ ମଲ୍ଲିକ, ଓଡ଼ିଶା ଭିଜନ୍‌ ଟିଭିର ଧ୍ରୁତିରଞ୍ଜନ ବାରିକ ଓ ସମାଜସେବୀ କଂସାରର ନିରଞ୍ଜନ ପରିଡ଼ା । ସମସ୍ତଙ୍କୁ ଗିରଫ କରାଯାଇ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‍ଙ୍କ କୋର୍ଟରେ ହାଜର କରାଯାଇଥିଲା । ମାତ୍ର ସେମାନଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାସ୍ଥ୍ୟ ଓ କରୋନା ସଂପର୍କରେ ଏକ ମିଛ ଖବର ୱେବ୍‌ ପୋର୍ଟାଲ୍‌ ପ୍ରତିନିଧି ପ୍ରଫୁଲ୍ଲ ଦାସ ଓରଫ ମଲ୍ଲିକ ବିଭିନ୍ନ ହ୍ୱାଟ୍ସଆପ୍‍ ଗ୍ରୁପ୍‍ ସମେତ ବିଭିନ୍ନ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ପ୍ରଧାନମନ୍ତ୍ରୀ ଓ କରୋନା ସଂକ୍ରାନ୍ତରେ ଏଣୁତେଣୁ କିଛି କପୋଳକଳ୍ପିତ, ଭିତ୍ତିହୀନ ଖବର ସେ ପରିବେଷଣ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ଧ୍ରୁତିରଞ୍ଜନ ବାରିକ୍‍ ସେୟାର କରିଥିଲେ । ସମାଜସେବୀ ନିରଞ୍ଜନ ପରିଡ଼ା କେଏନ୍‍ଏସ୍‌ରେ ଉକ୍ତ ଖବରକୁ କପି ପେଷ୍ଟ୍‌ କରିଥିଲେ ।

   Related Posts