Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଖୁଚୁରା ଟଙ୍କାକୁ ନେଇ ବଡ ନୋଟ୍ ଦେଲେ କମିଶନ ମିଳିବ କହି କରୁଥିଲେ ଠକେଇ, ୪ ଗିରଫ

8/12/2019 at 2:19 PM

କଟକ ୮।୧୨: ମଠ ମନ୍ଦିରରେ ଖୁଚୁରା ଟଙ୍କାକୁ ନେଇ ବଡ ନୋଟ୍ ଦେଲେ କମିଶନ ମିଳିବା ନାଁରେ ଠକୁଥିବା ୪ ଜଣ ଠକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଏହି ଠକମାନେ ସାଧାରଣ ଲୋକଙ୍କୁ ଫୋନ କରି କୁହନ୍ତି ମଠ ମନ୍ଦିରର ୧୦ ଟଙ୍କାରୁ ୧୦୦ ଟଙ୍କାର ନୋଟ୍ ନେଇ ତାଙ୍କୁ ପାଞ୍ଚ ଶହ ଟଙ୍କିଆ ନୋଟ୍ ଦେଲେ ଅଧିକ ଅର୍ଥ ଦେବାର ପ୍ରଲୋଭନ ଦେଖାଇଥାନ୍ତି । ତେବେ ଏହି ଠକଙ୍କ କଥାକୁ ବିଶ୍ବାସ କରି ଯେଉଁ ବ୍ୟକ୍ତି ରାଜି ହୁଏ ତାଙ୍କ କହିବା ମୁତାବକ ଦିନ ହୁଏ ଡିଲ୍ ।

ଠକମାନେ ବ୍ୟାଗର ଉପରେ ଭାଗରେ ୧୦୦ ଟଙ୍କିଆ ବଣ୍ଡଲ ରଖିଥିବା ବେଳେ ତଳେ କାଗଜ ଗୁଣ୍ଡ ଭର୍ତ୍ତି କରି ଆଣିଥାନ୍ତି । ତେବେ ଟଙ୍କା ବଦଳ କରିବାକୁ ରାଜି ହୋଇଥିବା ବ୍ୟକ୍ତିଙ୍କୁ ଏହି ଠକ ସେହି ବ୍ୟାଗ ଦେଇ ଟଙ୍କା ନେଇ ଚମ୍ପଟ ମାରିଥାନ୍ତି । ତେବେ ଏହି ଠକ ଗ୍ରୁପ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ପଟ୍ଟନାୟକ, ଅନିଲ କୁମାର ଭୋଇ, ପ୍ରଦୀପ ସାମନ୍ତରାୟ ଓ ଇଷାନ ଦାସ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ ।

   Related Posts