ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିକୁ ନିର୍ମମ ହତ୍ୟା ଘଟଣା : ଅଟକ ଥିବା ୪ ଜଣ ଗିରଫ

Published By : Prameya-News7 Bureau | September 19, 2019 IST

ବଲାଙ୍ଗିର ୧୯|୯: ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିକୁ ନିର୍ମମ ହତ୍ୟା ଘଟଣାରେ ଅଟକ ଥିବା ୪ ଜଣ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତି ହେଲେ କିଟକାମାଲ ଗାଁର ନାରାୟଣ,  ବରିହା, ସ୍ବରୂପ ଘିବେଲା, ଗୌରାଙ୍ଗ ପୋଢ଼, କୃଷ୍ଣ ବରିହା । ଗୁଣି ଗାରେଡି ସନ୍ଦେହରେ ହିଁ ଏମାନେ ରୁକ୍ମଣୀ ବରିହା ଓ ଚିନ୍ତାମଣି ବରିହାକୁ ଲାଠିରେ ପିଟିପିଟି ମାରିଥିଲେ ବୋଲି ପାଟଣାଗଡରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବଲାଂଗୀର ଏସପି ସମ୍ବିତ ସମ୍ପଦ ମଡକର । ଘଟଣାର ତଦନ୍ତ ଏବେବି ଚାଲିଛି ଓ ଅନ୍ୟମାନଙ୍କ ସଂପୃକ୍ତିକୁ ନେଇ ଛାନଭିନ ଚଲାଇଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖ ଦିନ ଲରମ୍ଭା ଥାନା ଚିକଟାମାଲ ଗାଁରୁ କିଛି ଦୂରରେ ଥିବା ଜଂଗଲରୁ ଅଖା ବସ୍ତା ଭିତରେ ସ୍ବାମୀ ସ୍ତ୍ରୀଙ୍କ ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର ହୋଇଥିଲା । ଗୁଣିଗାରେଡି ଓ ଅନ୍ଧ ବିଶ୍ବାସ ପାଇଁ ସ୍ବାମୀ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ସଂପର୍କୀୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.