ଶିଶୁ ଚୋରି ଅଭିଯୋଗରେ ୪ ଗିରଫ, ୩୦ ହଜାର ଟଙ୍କାରେ କରାଯାଇଥିଲା ବିକ୍ରି
23/09/2019 at 11:02 AM

ବ୍ରହ୍ମପୁର ୨୩।୯: ବ୍ରହ୍ମପୁର ଗୋସାଣୀ ନୂଆଗାଁରୁ ଶିଶୁ ଚୋରି ଅଭିଯୋଗ ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ଏହାସହ ଚୋରି ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇଥିବା ବେଳେ ୩୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡିଛି ।
ଗତ ୨୦ ତାରିଖରେ ଜଣେ ଏରଗୋଲା ମହିଳାଙ୍କ ପିଲା ଚୋରି ହୋଇଥିଲା । ଗୋସାଣୀ ନୂଗାଁ-ଲାଞ୍ଜିପଲି ଓଭରବ୍ରିଜ ତଳୁ ରାତିରେ ଶୋଇଥିବା ବେଳେ ଶିଶୁକୁ ଚୋରି କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ଦୁଇଜଣ ପିଲା ଚୋର, ଜଣେ ମଧ୍ୟସ୍ଥି ଓ କିଣିଥିବା ଲୋକଙ୍କୁ ଗିରଫ କରିଛି ଗୋସାଣୀ ନୂଆଗାଁ ପୋଲିସ ।
Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021