ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ୪ ଗିରଫ

Published By : Prameya-News7 Bureau | March 14, 2020 IST

କଳାହାଣ୍ଡି ୧୪।୩: ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବାବେଳେ କୋକସରା ପୋଲିସ ଉପରେ ଆକ୍ରମଣ ଅଭିଯୋଗ । ଗୋଟିଏ ପରିବାରର ୪ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ବସନ୍ତ ଖମାରୀ, ସ୍ତ୍ରୀ ଫୁଲତୋଡା ଖମାରୀ, ପୁଅ ଶୁଭମ୍ ଖମାରୀ ଓ ଶଳା ଗୁଣନିଧି ବାଗ କୋକସରା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ଗିରଫ କରିବା ପାଇଁ ଯାଇଥିବା ପୋଲିସ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ବସନ୍ତ ଖମାରୀଙ୍କ ବିରୋଧ କିଛି ଦିନ ତଳେ ତାଙ୍କ ସ୍ତ୍ରୀ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଅଭିଯୁକ୍ତ ବସନ୍ତଙ୍କ ବିରୋଧରେ ଓ୍ବରେଣ୍ଟ ଜାରି ହୋଇଥିଲା । ତେବେ ପୋଲିସ ଆଜି ତାଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.