Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମହୁଲି ମଦ ଜବତ ସହ ୪ ଗିରଫ

24/07/2020 at 5:13 PM

ପାଟଣା ୨୪।୭: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଦୁଧିନାଳୀ, ଭାଲିଆଡିହା ଓ ଗଇଁସିରି ଗ୍ରାମରେ ପାଟଣା ଅବକାରୀ ଓ ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ଜବତ ସହିତ ମଦ ପ୍ରସ୍ତୁତ ପାଇଁ ଥିବା ମହୁଲି ପଚ ନଷ୍ଟ କରାଯାଇଛି । ଏଥି ସହିତ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। ବେଆଇନ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ଭାଲିଆଡିହା ଗ୍ରାମର ସମ୍ବିତ କୁମାର ବେହେରା (୨୩) ଓ ରାମଦାସ ସୋରେନ୍ (୨୪), ଦୁଧନାଳୀ ଗ୍ରାମର ସମ୍ବାରି ମୁଣ୍ଡା (୫୨) ଏବଂ ଗଇଁସିରି ଗ୍ରାମର ରାମଚନ୍ଦ୍ର ଲୋହାର (୨୪)କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ ।

   Related Posts