Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ

23/10/2020 at 10:29 AM

ପୁରୀ ୨୩।୧୦: ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ପୁରୀ ବାସେଳୀ ସାହି ଥାନା ପୋଲିସ । ଗିରଫ ୪ ବେପାରୀ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଧିନ ସାମନ୍ତରାପୁରର ବିଜୟ ବିହେରା, ନୟାଗଡ଼ ସଦର ଥାନା ଅଧିନ ରାଉତରାପୁରର ତୋଫାନ ଦଳେଇ, ପୁରୀ ସଦର ଥାନା ଅଧିନ ଗୋପୀନାଥପୁରର ସୁଭାଶିଷ ଦାସ ଓ ବଳିଆପଣ୍ଡା ଥାନା ଭବନ ଛକର ଟୁଟୁ ମଲ୍ଲିକ । ଏମାନଙ୍କ ଠାରୁ ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ବୋଲି ପୋଲିସ କହିଛି । ଏଥିସହିତ ଏକ ବାଇକ୍ ମଧ୍ୟ ପୋଲିସ ଜଗତ କରିଛି ।

ଗୁରୁବାର ରାତିରେ ମଶାଣୀ ଚଣ୍ଡୀ ଛକଠାରେ ପୋଲିସ ଚେକିଂ କରୁଥିଲା । ସେହି ସମୟରେ ବିଜୟ ଓ ତୋଫାନ ବାଇକରେ ଆସୁଥିବା ବେଳେ ସେମାନଙ୍କୁ ପୋଲିସ ସନ୍ଦେହ କରି ଯାଞ୍ଚ କରିବାରୁ ତାଙ୍କ ନିକଟରୁ ବ୍ରାଉନସୁଗାର ଜଗତ ହୋଇଥିଲା । ତେବେ ଏହି ବ୍ରାଉନସୁଗାର ସୁଭାଶିଷ ଓ ଟଟୁକୁ ଦେବା ପାଇଁ ଆସିଥିଲେ ବୋଲି ବିଜୟ ଓ ତୋଫାନ କହିଛନ୍ତି । ଏ ନେଇ ପୋଲିସ ଜଣଙ୍କୁ ଗିରଫ କରିବା ସହ ଘଟଣାରେ ଆଉ କିଏ ସଂପୃକ୍ତ ଅଛି ସେନେଇ ପୋଲିସ ତଦନ୍ତ କରୁଛି । 

   Related Posts