Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

୨୦୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ, ୩ ଭାଇଙ୍କ ସମେତ ୪ ଗିରଫ

1/10/2021 at 10:52 AM

ଜଳେଶ୍ବର ୧।୧୦: ଜଳେଶ୍ବର ପୁଣି ଧଳା ଜହର ଜବତ । ଜବତ ବ୍ରାଉନସୁଗାରର ମୂଲ୍ୟ ୪୦ ଲକ୍ଷ ହେବ ବୋଲି ଜଣାପଡିଛି । ଅଭିଯୋଗରେ ବ୍ରାଉନ ସୁଗାର ବେପାରୀ ୩ ଭାଇଙ୍କ ସହ ୪ ଜଣ ଅଟକ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆଇଆଇସି କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ରାତି ୮ଟା ବେଳେ ଜଳେଶ୍ବର ପୌରପରିଷଦ ୧ ନମ୍ବର ୱାର୍ଡ଼ ଝାଡ଼େଶ୍ବରପୁର ବସ୍ତି ଅଞ୍ଚଳରେ ଥିବା ସେକ୍ ଶନିଆଙ୍କ ଘର ଉପରେ ଚଢ଼ାଉ କରିଥିଲେ । ଘରୁ ଭିତରୁ ପାଖାପାଖି ୨ ଶହ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିବା ସହିତ ସେକ୍ ଶନିଆର ୩ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ବର ପୋଲିସ । ସେମାନେ ହେଲେ ସେକ୍ ଶନିଆର ପୁଅ ସେକ୍ ବେଲାଲ, ସେକ୍ ନିୟାଜ ଓ ସେକ୍ ମନ୍ନି ।

ସେହିପରି ଜଳେଶ୍ବର ଅବକାରୀ ବିଭାଗ ଗୁରୁବାର ଝାଡ଼େଶ୍ବରପୁର ବସ୍ତି ଅଞ୍ଚଳ ମୁଖ୍ୟ ରାସ୍ତା ଉପରେ ପାଟ୍ରୋଲିଂ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ଅନୀଲ କୁମାର ମହାନ୍ତି ନାମକ ଏକ ଯୁବକ ସନ୍ଦେହଜନକ ଭାବେ ଯାଉଥିବା ବେଳେ ଅବକାରୀ ବିଭାଗ ତାକୁ ଅଟକାଇ ଥିଲା । ତା ନିକଟରୁ ୨୪୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିବା ସହିତ ଯୁବକକୁ ଗିରଫ କରିଛି ଅବକାରୀ ବିଭାଗ । ଥାନା ଓ ଅବକାରୀ ବିଭାଗ ଦ୍ଵାରା ଜବତ ବ୍ରାଉନସୁଗାରର ବଜାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଜଳେଶ୍ବର ସହର ବ୍ରାଉନ ସୁଗାରର ହବ୍ ପାଲଟିଥିବାରୁ ପୋଲିସ ଓ ଅବକାରୀ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛି । ପୋଲିସ ଓ ଅବକାରୀ ବିଭାଗ ଏମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

   Related Posts