ପୁଣି ପୁଲଓ୍ବାମାରେ ଆତଙ୍କୀଙ୍କ ଗୁଳିରେ ୪ ଯବାନ ସହିଦ

Published By : Prameya-News7 Bureau | February 18, 2019 IST

ପୁଲଓ୍ବାମା ୧୮|୨:  ଜମ୍ମୁକାଶ୍ମୀର ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ୪ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ମେଜରଙ୍କ ସମେତ ୪ ଯବାନ ସହିଦ ହୋଇଥିବା ଜଣାପଡିଛି । ମେଜର ଜେନେରାଲ ଡି.ଏସ୍. ଡୋଣ୍ଡିୟାଲ, ହେଡ୍ କନଷ୍ଟେବଳ ସେବାରାମ, ଅଜୟ କୁମାର ଓ ହରି ସିଂହ ସହିଦ ହୋଇଛନ୍ତି । ଗୁଳିବିନିୟମରେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜୈଶ୍-ଏ-ମହମ୍ମଦର ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି । ଗତକାଲି ରାତିରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

wp:core-embed/twitter {"url":"https://twitter.com/ANI/status/1097333691876081665","type":"rich","providerNameSlug":"twitter","className":""}
https://twitter.com/ANI/status/1097333691876081665
/wp:core-embed/twitter

ସଂପୃକ୍ତ ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳକୁ ଘେରିନେଇଥିଲେ । ଫଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପୁଲଓ୍ବାମା ନିକଟବର୍ତ୍ତି ୧୫ରୁ ଅଧିକ ଗାଁରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଗତ ୧୪ତାରିଖରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଜବାନ ସହିଦ ହୋଇଥିଲେ । ୪୦ଜଣ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କରିଛି । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.