ବାରଙ୍ଗ ୨୧|୭: ଆସନ୍ତା ଅଗଷ୍ଟ ମାସ ଶେଷ ସପ୍ତାହରେ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଚେନ୍ନାଇରୁ ଏକ ହଳ ସବୁଜ ଓ ଏକ ହଳ ହଳଦୀ ରଙ୍ଗର ଆନାକୋଣ୍ଡା ନନ୍ଦନକାନନକୁ ଆସିବ । ଗତ ୨୦୧୭ରୁ ଏହି ଯୋଜନା ଆରମ୍ଭ ହୋଇ ଥିଲେ ମଧ୍ୟ ନନ୍ଦନକାନନରେ ଏଭଳି ସାପ ରଖିବା ନେଇ କେତେକ ପ୍ରଶ୍ନ ସୃଷ୍ଟି କରିବା ସହ କେନ୍ଦ୍ରୀୟ ଚିଡିଆଖାନା ନିଷ୍ପତ୍ତି ନେବାରେ ବିଳମ୍ବ କରିଥିଲେ । ଦୀର୍ଘ ୩ବର୍ଷ ପରେ ଚଳିତ ମାସର କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ନନ୍ଦନକାନନକୁ ୪ଟି ଆନାକୋଣ୍ଡା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସପ୍ତାହରେ ଏନେଇ ଏକ ଚିଠି ମିଳିଲା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଅଗଷ୍ଟ ମାସରେ ୪ଟି ଆନାକୋଣ୍ଡା ସହ ଏକ ହଳ ନିଅ ହର୍ଣ୍ଣ କୁମ୍ଭୀର ଚେନ୍ନାଇରୁ ଆଣିବେ।
{"id":136046}ଆନାକୋଣ୍ଡା ନାଁ ଶୁଣିଲେ ମନ ଭିତରେ ଛନକା ପଶି ଯାଏ । ଏପରି ସର୍ପକୁ ଦର୍ଶକ ବିଭିନ୍ନ ଚଳଚ୍ଚିତ୍ରରେ ଦେଖି ଭୟଭୀତ ହୋଇଛନ୍ତି । ଏବେ ଏହାକୁ ନିଜ ସ୍ବଚକ୍ଷୁରେ ନନ୍ଦନକାନନରେ ଦେଖିପାରିବେ । ଆସନ୍ତା ଅଗଷ୍ଟ ମାସରେ ୪ଟି ସବୁଜ ଓ ହଳଦୀ ରଙ୍ଗର ଆନାକୋଣ୍ଡା ଚେନ୍ନାଇରୁ ନନ୍ଦନକାନନ ଆସୁଛି । ନନ୍ଦନକାନନରେ ଥିବା ସରୀସୃପ ପାର୍କ ଭିତରେ ଏମାନଙ୍କୁ ରଖାଯିବ । ହଳଦୀ, ସବୁଜ, ଡାର୍କସ୍ପଟେଡ ଏବଂ ବୋଲିଭିନ ଆଦି ୪ ପ୍ରକାର ରଙ୍ଗର ଆନାକୋଣ୍ଡା ରହିଛନ୍ତି । ଏମାନଙ୍କ ମଧ୍ୟରୁ ହଳଦୀ ରଙ୍ଗ ଆନାକୋଣ୍ଡା ଦେଖିବାକୁ ବେଶୀ ଆକର୍ଷଣୀୟ । ଏମାନଙ୍କ ଲମ୍ବ ପ୍ରାୟ ୩୦ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ସର୍ବ।ଧିକ ୩୫୦ପାଉଣ୍ଡ ପର୍ଯନ୍ତ ଏମାନଙ୍କ ଓଜନ ହୋଇଥାଏ । ଏମାନେ ସାଧାରଣତଃ ଦକ୍ଷିଣ ଆମେରିକା, ପାରାଗୁଏ, ଦକ୍ଷିଣ ବ୍ରାଜିଲ , ବଲଭିୟା ଆଦି ଦେଶମାନଙ୍କରେ ଦେଖା ଯାଆନ୍ତି ।
{"id":136047}ନନ୍ଦନକାନନକୁ ଆନାକୋଣ୍ଡା ଦେବା ପାଇଁ ବହୁ ବିଳମ୍ବରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି । ନିଷ୍ପତି ନେବା ପରେ ଚଳିତ ମାସରେ ନନ୍ଦନକାନନକୁ ଅନୁମତି ପ୍ରଦାନ କରିଛନ୍ତି । ନନ୍ଦନକାନନ କର୍ତ୍ତୃପକ୍ଷ ଆଉ ବିଳମ୍ବ ନକରି ଆସନ୍ତା ଅଗଷ୍ଟ ମାସ ଶେଷ ସପ୍ତାହରେ ଚେନ୍ନାଇରୁ ଏମାନଙ୍କୁ ନନ୍ଦନକାନନ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହାସହ ଅନ୍ୟ ଜୀବଜନ୍ତୁ ନନ୍ଦନକାନନକୁ ଆସିବାନେଇ କର୍ତ୍ତୃପକ୍ଷ ଯୋର ଦାର ଉଦ୍ୟମ ଚଳାଇଛନ୍ତି। ଚେନ୍ନାଇ କ୍ରୋକୋଡାଇଲ ବ୍ୟାଙ୍କ ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।