ଚୋରି ଅଭିଯୋଗରେ ଗିରଫ ୪ଅଭିଯୁକ୍ତଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲା ପୋଲିସ

Published By : Prameya-News7 Bureau | February 09, 2020 IST

ଆଠଗଡ ୯।୨: ଅଭିଯୁକ୍ତଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲା ପୋଲିସ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ହଟିଆପଲ୍ଲୀ ଗ୍ରାମରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ଘଟଣାରେ ୪ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ କରିବା ପରେ ୪ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦିଆଯାଇଥିଲା ।

{"id":222281,"sizeSlug":"large"}

ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ପୋଲିସ ଗାଡି ଷ୍ଟାର୍ଟ ନହେବାରୁ ଅଭିଯୁକ୍ତମାନଙ୍କୁ ପୋଲିସ ରାସ୍ତାରେ ଚଲାଇ ଚଲାଇ ନେଇଥିଲା । ଚାଲି ଚାଲି କୋର୍ଟରୁ ମାଜିଷ୍ଟ୍ରେଟଙ୍କ ବାସଗୃହ ପର୍ଯ୍ୟନ୍ତ ଯାଇଥିଲେ ପୁଣି କୋର୍ଟକୁ ଚାଲି ଚାଲି ଆସିଥିଲେ । ପୁଣିଥରେ କୋର୍ଟରୁ ଜେଲ୍ କୁ ଚଲାଇ ଚଲାଇ ନେଇଥିଲା ପୋଲିସ । ଏହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଉଥିବା ବେଳେ ଅଭିଯୁକ୍ତମାନେ ନିର୍ଦ୍ଦୋଶ ବୋଲି ଉକ୍ତ ଅଞ୍ଚଳବାସୀ ଦାବି କରୁଛନ୍ତି ।

{"id":222282,"sizeSlug":"large"}

ତେବେ ଥାନା ଅଧିକାରିଣୀ କହିଥିଲେ ଯେ, ଆମର ଦେହ ଖରାପ ହେଉଛି ସେମିତି ଗାଡି ଖରାପ ହେଲା । ଅଭିଯୁକ୍ତଙ୍କୁ ପୋଲିସ ପ୍ରୋଟେକସନରେ ଚଲାଇ ଚଲାଇ ନିଆଯାଇଛି ଏଥିଲେ ଅସୁବିଧା ରହିଲା କେଉଁଠି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.