ଗୁଣୁପୁର ପୋଲିସକୁ ସଫଳତା : ଅନ୍‌ଲାଇନ୍ କ୍ରିକେଟ ବେଟିଂରେ ସଂପୃକ୍ତି ଥିବା ନେଇ ତିନି ଗିରଫ, ଲକ୍ଷାଧିକ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ

Published By : Prameya-News7 Bureau | March 08, 2020 IST

ଗୁଣୁପୁର ୦୮।୦୩: ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସକୁ  ଏକ  ବଡ ଧରଣର ସଫଳତା ମିଳିଛି ।  ଅନ ଲାଇନ କ୍ରିକେଟ ବେଟିଂରେ ସମ୍ପୃକ୍ତ ଥିବା ଅଭିଯୋଗରେ ତିନି ଜଣ ଯୁବକଙ୍କୁ ଗୁଣୁପୁର ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।  ଗିରଫ ଯୁବକମାନଙ୍କ ଠାରୁ ନଗଦ ୧ଲକ୍ଷ ୨୬ ହଜାର ଟଙ୍କା, ୬ଟି ମୋବାଇଲ, ୨ଟି ବାଇକ ଜବତ କରାଯାଇଛି ।

{"id":235082,"sizeSlug":"large"}

ତେବେ ଗିରଫ ଯୁବକ ସମସ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ବର୍ତମାନ ଘଟଣାରେ  ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଏହି ଅନ ଲାଇନ କ୍ରିକେଟ ବେଟିଂରେ ଆଉ କେତେ ଜଣ  ସାମିଲ ଅଛନ୍ତି ।  ତାହାର ମଧ୍ୟ ଖୋଳତାଡ କରୁଛି ପୋଲିସ । ତେବେ ଗିରଫ ଯୁବକ ମାନେ ବର୍ତମାନ ଚାଲିଥିଲା ମହିଳା ଟି-ଟ୍ବେଣ୍ଟି ବିଶ୍ଵକପ ଠାରୁ ଆରମ୍ଭ କରି ବିଭିନ୍ନ ଦେଶ ମଧ୍ୟରେ  ଚାଲିଥିବା ଆନ୍ତର୍ଜାତୀୟ ମ୍ୟାଚ ମାନଙ୍କରେ ଅନଲାଇନ ମାଧ୍ୟମରେ ଟଙ୍କା କାରବାର କରୁଥିବାର ସୂଚନା ମିଳିଛି   ବୋଲି ଗୁଣୁପୁର ଏସଡିପିଓ ରାଜ କିଶୋର ଦାସ ପ୍ରକାଶ କରିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଗୁଣୁପୁର ପୋଲିସ ରାୟଗଡା ଏସ୍‌ପି ଙ୍କ ନିର୍ଦେଶ କ୍ରମେ ଚଢାଉ  କରିଥିବା ଜଣାପଡିଛି ।

{"id":235083,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.