Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଚାରି ପାକିସ୍ତାନୀ ଗୁପ୍ତଚର ଗିରଫ! ବାୟୁସେନାର ଘାଟି ଫଟୋ ଉତ୍ତୋଳନ କରି ଶତ୍ରୁଦେଶକୁ ପଠାଉଥିବା ଅଭିଯୋଗ

9/03/2020 at 11:31 AM

କଚ୍ଛ ୦୯।୦୩ : ପାକିସ୍ତାନର ସୁରକ୍ଷା ଏଜେନ୍ସି ପାଇଁ କାମ କରୁଥିବା ଅଭିଯୋଗରେ ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ। ଗୁଜୁରାଟର ପଶ୍ଚିମ କଚ୍ଛରେ ଥିବା ଏସଓଜି କୋଥାରା ଏୟାରବେସ୍ ନିକଟରେ ଏହି ୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।ଗିରଫ ବ୍ଯକ୍ତିମାନେ ବାୟୁସେନାର ରାଡାର ଫଟୋ ଉଠାଉଥିଲେ। ଏବଂ ପାକିସ୍ତାନ ସୁରକ୍ଷା ଏଜେନ୍ସି ସହିତ ଜଡିତ ଥିବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଗୁପ୍ତରେ ବାୟୁସେନା ରାଡାରର ଫଟୋ ଉଠାଉଥିଲେ। ଏହି ବ୍ୟକ୍ତିମାନେ ପାକିସ୍ତାନକୁ ଫଟୋ ଏବଂ ବାୟୁସେନା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିବା ସନ୍ଦେହ କରାଯାଉଛି। ଏସଓଜି ପୂରା ମାମଲାର ତଦନ୍ତ କରୁଛି। ନିଷିଦ୍ଧ ଅଞ୍ଚଳର ଫଟୋ ଉଠାଇବା ପାଇଁ ଗୁପ୍ତ ଅଧିନିୟମ ଅନୁଯାୟୀ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି। ତେବେ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି ସନ୍ଦିଗ୍ଧଙ୍କ ପରିଚୟ ଗୋପନ ରଖାଯାଇଛି। ପଚରାଉଚରା ପରେ ଏମାନଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ଯ ମିଳିବ ବୋଲି ଅନୁମାନ କରୁଛନ୍ତି ସୁରକ୍ଷାକର୍ମୀ।

   Related Posts