କଲରାପତ୍ରିଆ ବାଘ ଚମଡା ଜବତ, ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 10, 2020 IST

କରଞ୍ଜିଆ ୧୦।୫: କେନ୍ଦୁଝର ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଚାଇଁନେବଦା ଗ୍ରାମ ନିକଟ କଣ୍ଟାନାଳୀ ପୋଲ ନିକଟରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ବାଘ ଚମଡା ଜବତ କରାଯାଇଛି । ସୂଚନା ଆଧାରରେ ପରେ ମୁଖ୍ୟ ଆସାମୀକୁ ଠାକୁରମୁଣ୍ଡାରୁ ଗିରଫ କରାଯାଇଛି ।

{"id":267700,"sizeSlug":"large"}

ସୂଚନାଯୋଗ୍ୟ ଯେ, କରଞ୍ଜିଆ ଏନଏସି ୧୦ ନଂ ୱାର୍ଡର ସୁବାଷ ସାହୁ ଯଶୀପୁର ନିକଟ ଉସ୍କି ହାଟରେ ରାମ ମାଝୀ ସହ ବାଘ ଚମଡା କିଣାବିକା ନେଇ କଥା ହୋଇଥିଲା । ଜବାବ ମୁତାବକ ରାମ ଚମଡା ଆଣି  କରଞ୍ଜିଆରେ ହସ୍ତାନ୍ତର କରିଥିଲା । ପରେ ସୁବାଷ ତାର ଗ୍ୟାଙ୍ଗ ସହିତ ମିଶି ବିକ୍ରି ପାଇଁ କଥାବାର୍ତ୍ତା କରିଥିଲା । ଯୋଜନା ମୁତାବକ ୯ ତାରିଖ ଟଙ୍ଗାବିଲା ନିକଟ ଚାଇଁନେବଦା କଣ୍ଟାନାଳୀ ପୋଲ ତଳେ କଲରାପତ୍ରିଆ ବାଘ ଚମଡା ହସ୍ତାନ୍ତର କରିଥିଲା । ପୂର୍ବରୁ ଖବର ପାଇ ପ୍ରସ୍ତୁତ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଉତ୍ତର) ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ, ଅଧିକାରିଣୀ ମଧୁମିତା, କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ବନାଞ୍ଚଳ ଅଧିକାରୀ ସରୋଜ ପଣ୍ଡା, ବନପାଳ ବିଦ୍ୟାଧର ମହାନ୍ତ, ପ୍ରଦୀପ ହାଇବ୍ରୁ ସମେତ ଅନ୍ୟାନ୍ୟ ଷ୍ଟାଫ ସମସ୍ତଙ୍କୁ କାବୁ କରିନେଇଥିଲେ । ପଚରା ଉଚରା ସମୟରେ କିଙ୍ଗ ପିନ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଝାଡୁଦାର ଗଣେଶ୍ବର ସିଂ ଏଥିରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ତାକୁ ଗିରଫ କରାଯାଇଥିଲା । ୪ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.