ଲୁଟ୍ ଉଦ୍ୟମ ଘଟଣାରେ ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 02, 2021 IST

ସୋର ୨।୧୦: ବାଲେଶ୍ବର ଜିଲ୍ଲା ସୋର ଥାନା ମାଣିପୁର ସେଣ୍ଟ୍ରାଲ ବ୍ୟାଙ୍କରୁ ଗତ ୨୦ ତାରିଖ ରାତିରେ ଲୁଟ୍ ଉଦ୍ୟମ ଘଟଣାରେ ୪ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ । ଗିରଫ ୪ ଜଣ ହେଲେ ଗୋପୀନାଥପୁର ଅଞ୍ଚଳର ସୁରେଶ ପ୍ରଧାନ, ମହୁମୁହାଣ ଅଞ୍ଚଳର ପ୍ରୀତମ ନାୟକ, ରାକେଶ ନାୟକ ଏବଂ ଅରବିନ୍ଦ ପ୍ରଧାନ । ଏମାନେ ଦିନରେ ବିଭିନ୍ନ ବ୍ୟାଙ୍କ ବୁଲି ଦେଖିବା ପରେ ରାତିରେ ଲୁଟ୍ କରନ୍ତି । ସେମାନଙ୍କ ନିକଟରୁ ଗୋଟଏ ଖେଳଣା ବନ୍ଧୁକ, ଛୁରୀ, ୨ଟି ବାଇକ୍, କାର୍ ଓ ୪ଟି ମୋବାଇଲ ଜବତ ହୋଇଛି ।

ସେହିପରି ସେପ୍ଟେମ୍ବର ୮ ତାରିଖରେ ଅନନ୍ତପୁର ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରୁ ଜଣେ ମହିଳା ନିଜ ଝିଅର ଉଚ୍ଚ ଶିକ୍ଷା ପାଇଁ ଗହଣା ବନ୍ଧା ରଖି ଟଙ୍କା ନେବାକୁ ଆସିଥିବା ବେଳେ ଲୁଟର ଶିକାର ହୋଇଥିଲେ । ସୋର ପୋଲିସ ଉକ୍ତ ଘଟଣାରେ ବାସୁଦେବପୁର ବ୍ଲକର ନାୟିକାଣିଡିହି ଥାନା ଆନ୍ଦୋଳା ଗାଁର ପରମାନନ୍ଦ ବିଶ୍ବାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପରମାନନ୍ଦ ବିଭିନ୍ନ ସମୟରେ ଅଭିନବ ଉପାୟରେ କାହାର ଗହଣା ସଫା କରିଦେବା ତ କାହାକୁ ସମ୍ପର୍କୀୟର ପରିଚୟ ଦେଇ ଲୁଟ୍ କରିଥିବା ପୋଲିସ ସୁତ୍ରରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.