Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ରାଉରକେଲା ସେକ୍ଟର-୩ ପୋଲିସ ଦ୍ବାରା ୨ ମହିଳାଙ୍କ ସମେତ ୪ ଲୁଟେରା ଗିରଫ

4/10/2021 at 5:02 PM

ରାଉରକେଲା ୪।୧୦: ରାଉରକେଲା ସେକ୍ଟର-୩ ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ମହିଳାଙ୍କ ସହ ଦୁଇ ପୁରୁଷ ।  ଗତ ୨୩ ତାରିଖରେ ସେକ୍ଟର-୨ କ୍ବାର୍ଟର ଏଚ/୨୫୬ରୁ ସୁନା ଗହଣା, ଟିଭି, ମୋବାଇଲ, ବାଇକ୍ ସହ ଦାମୀ ଲୁଗା ପଟା ଚୋରି ହୋଇଥିବାର ସେକ୍ଟର-୩ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ ମିଲନ ଦାସ ।

ଲିଖିତ ଅଭିଯୋଗକୁ ଭିତ୍ତିକରି ସେକ୍ଟର-୩ ପୋଲିସ ତଦନ୍ତ କରି ସୋମବାର ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ସୁନା ଚେନ୍, ୨ଟି ସୁନା କାନଫୁଲ, ୪ଟି ମୋବାଇଲ, ଗୋଟିଏ ଦାମୀ ବାଇକ୍, ଦାମୀ ଲୁଗା ସହ ବାସନ କୁସନ ଜବତ କରିଛି ଯାହାର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ । ଗିରଫ ୪ ଜଣ ହେଲେ ରାଉରକେଲା ଫାର୍ଟିଳାଇଜାର ଅଞ୍ଚଳର ଅମରେନ୍ଦ୍ର ଦାସ, ଦୀନବନ୍ଧୁ ପାଟଶାଣୀ, ନଳିନୀ ପାଟଶାଣୀ ଏବଂ  ମୟୁରଭଞ୍ଜ କରଞ୍ଜିଆର ଜଣେ ମହିଳା ବିଷ୍ଣୁ ପ୍ରିୟା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ରାଉରକେଲା ସେକ୍ଟର-୩ ପୋଲିସ ।

   Related Posts