Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଜାତୀୟ ରାଜପଥରୁ ପିକ୍‌ଅପ୍‌ ଭ୍ୟାନ୍ ଲୁଟ୍ ଘଟଣାରେ ୪ ଅଭିଯୁକ୍ତ ଗିରଫ

17/12/2019 at 3:00 PM

ଖୋର୍ଦ୍ଧା ୧୭।୧୨: ଜାତୀୟ ରାଜପଥରୁ ଲୁଟ୍ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୯ ତାରିଖରେ ବ୍ରହ୍ମପୁରରୁ ଭୁବନେଶ୍ବର ଦେଢ଼ସହ କ୍ବିଣ୍ଟାଲ ସୋୟା ବଡି ବୋଝେଇ ପିକଅପ ଭ୍ୟାନ ବାଣପୁର ବାଲୁଗାଁ ବାଇପାସ ନିକଟରୁ ତିନିରୁ ଚାରି ଜଣ ଦୁର୍ବୃତ୍ତ ଲୁଟ୍ କରିଥିଲେ । ଏ ସମ୍ପର୍କରେ ବାଣପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

ବାଲୁଗାଁ ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଗତକାଲି ରାତିରେ ଚାରିଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ପୋଲିସ ଏକ ବୋଲେରୋ ପିକଅପ୍ ଭ୍ୟାନ୍, ଗୋଟିଏ କ୍ବାଲିସ କାର, ଖଣ୍ଡା, କଟୁରି ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ସେରାଜୁଦ୍ଦିନ ଖାନ୍, ଅବଦୁଲ ମାନସୁର, ସମୀର ଖାନ୍ ଏବଂ ଏସ କେ ମନୋହର । ଗିରଫ ଅଭିଯୁକ୍ତଙ୍କ ନାମରେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ଅନେକ ମାମଲା ଥିବା ଆଜି ଖୋର୍ଦ୍ଧା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

   Related Posts