କୋଇଲା ଖଣି ଅଧିକାରୀଙ୍କ ଘରୁ ସୁନା ଅଳଙ୍କାର ଚୋରୀ ଅଭିଯୋଗରେ ୪ ଗିରଫ

Published By : Prameya-News7 Bureau | April 24, 2021 IST

ଝାରସୁଗୁଡା ୨୪।୪: ସ୍କାଏ ଲାଇଟ୍ ପଟେ ପଶି ଘରୁ ଚୋରୀ କରିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି ବ୍ରଜରାଜନଗର ପୋଲିସ । ସେମାନଙ୍କ ନିକଟରୁ ୨ ଲକ୍ଷ ଟଙ୍କରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଅଳଙ୍କାର ଉଦ୍ଧାର କରିବରେ ସକ୍ଷମ ହୋଇଛି । ୨୪ ଘଣ୍ଟା ମଧ୍ୟରେ ପୋଲିସ ଏହାକୁ ଧରିବାରେ ସଫଳ ହୋଇଥିବାରୁ ବ୍ରଜରାଜନଗର ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି ଝାରସୁଗୁଡା ଜିଲ୍ଲା ଏସପି ବିକାଶ ଚନ୍ଦ୍ର ଦାଶ ।

ବ୍ରଜରାଜନଗର ଏମସିଏଲ କଲୋନୀରେ ରହୁଥିବ କୋଇଲା ଖଣିର ଜଣେ ଅଧିକାରୀ ୱାଇ.ସତ୍ୟନାରୟଣ ନିଜ ପରିବାର ସହ ଘରେ ଶୋଇଥିବା ବେଳେ ସେମାନଙ୍କ ଘରର ସ୍କାଏ ଲାଇଟ ଭାଙ୍ଗି ୩ ଜଣ କମ୍ ବୟସର ଯୁବକ ଘର ଭିତରକୁ ପ୍ରବେଶ କରିଥିଲେ । ଆଲମିରାରେ ଥିବା ଗୋଟିଏ ୫୦ ଗ୍ରାମ୍ ଓଜନର ସୁନା ହାର ସହ ଏକ ସୁନାବଳା ଓ କିଛି ନଗଦ ଟଙ୍କ ଚୋରୀ କରି ନେଇଥିଲେ । ସମସ୍ତ ଅଳଙ୍କାର ଓ ଟଙ୍କ ଜବତ କରି ଚୋରୀ କରିଥିବା ୩ ଜଣଙ୍କ ସହ ସୁନାକୁ କିଣିଥିବା ଅନ୍ୟ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.