୧୯୯୫ ବାଲିଆପାଳ ବୋମା ବିସ୍ଫୋରଣ ଘଟଣା : ପୋଲିସକୁ ଚକ୍‌ମା ଦେଇ ଫେରାର ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 06, 2021 IST

ଜଳେଶ୍ବର ୬।୧୧: ୧୯୯୫ମସିହାରେ ହୋଇଥିବା ବୋମା ବିସ୍ଫୋରଣର ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଉଠାଇ ନେଲା ବାଲିଆପାଳ ପୋଲିସ । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ବାଲିଆପାଳ ବ୍ଲକ ଛକକୁ ୧୯୯୫ମସିହାରେ ଏକ ବସ ଯୋଗେ କିଛି ପେଟି ଆସିଥିଲା । ଯାହାକୁ ଏକ ରିକ୍ସା ଚାଳକ ବସରୁ ଉକ୍ତ ପେଟିକୁ ବାହାର କରି ରିକ୍ସାରେ ଲୋଡ୍ କରୁଥିବା ବେଳେ ଏକ ପେଟି ତଳେ ପଡି ଯାଇଥିଲା । ଯାହାଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ।

{"id":539534,"width":753,"height":414,"sizeSlug":"full","linkDestination":"none"}

ଏହି ବିସ୍ଫୋରଣ ଯୋଗୁଁ ରିକ୍ସା ଚାଳକଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ବୋମା ବିସ୍ଫୋରଣରେ ସଂପୃକ୍ତ ଥିବା ୪ ମୁଖ୍ୟ ଅଭିଯୁକ୍ତ ଦୀର୍ଘ ବର୍ଷ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲେ । ଶନିବାର କୌଣସି ସୂତ୍ରରୁ ଖବର ପାଇ ବାଲିଆପାଳ ପୋଲିସ ଉକ୍ତ ୪ ଯୁବକଙ୍କୁ ଗିରଫ କରିଛି । ଉକ୍ତ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ରାଉଳ, ସରୋଜ ଜେନା, ସୁଶାନ୍ତ ପ୍ରାମାଣିକ, ପଞ୍ଚାନନ ମୁଖୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.