ଚାନ୍ଦବାଲିରେ ନାବାଳିକା ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲା : ତିନି ଅଭିଯୁକ୍ତ ଗିରଫ , ଜଣେ ଫେରାର

Published By : Prameya-News7 Bureau | November 07, 2019 IST

ଚାନ୍ଦବାଲି ୭।୧୧:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ଜଣେ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ମାମଲା । ଦୁଷ୍କର୍ମ ମାମଲାରେ ପୋଲିସ  ତିନିଜଣଙ୍କୁ  ଗିରଫ କରିଥିବା ବେଳେ ଜଣେ ଫେରାର ରହିଛି ।

{"id":180401}

ସୂଚନାଯୋଗ୍ୟ ଯେ, ଚଳିତ ମାସ ୪ ତାରିଖରେ ଚାନ୍ଦବାଲିରୁ ଯାତ୍ରା ଦେଖି ନିଜ ମାମୁଘରକୁ ଫେରୁଥିଲେ ଯୁବତୀ। ନିଜ ସଂପର୍କୀୟ ଭାଇଙ୍କ ସହ ଫେରୁଥିବା ସମୟରେ  ୪ ଜଣ ଯୁବକ ଛାତ୍ରୀଙ୍କ ସଂପର୍କୀୟ ଭାଇକୁ ମାଡ଼ ମାରି ଛାତ୍ରୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବାର  ଅଭିଯୋଗ ହୋଇଥିଲା । ଚାନ୍ଦବାଲି ପୋଲିସ ଘଟଣାର ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି  ଘଟଣାରେ ୪ ଜଣ ଅଭିଯୁକ୍ତଙ୍କ  ମଧ୍ୟରୁ ପୋଲିସ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଜଣେ ଏବେବି ଫେରାର ରହିଛି  । ତିନି ଜଣ ଅଭିଯୁକ୍ତଙ୍କୁ  ପୋଲିସ  ଆଜି ଡ଼ାକ୍ତରୀ  ମାଇନା କରିବା ପରେ  କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.