Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଠିକା କ୍ୟାମ୍ପ୍‌ର କର୍ମଚାରୀଙ୍କୁ ବାନ୍ଧି ଲୁଟ୍ ଘଟଣା, ୪ ଅଭିଯୁକ୍ତ ଗିରଫ

14/05/2021 at 3:57 PM

ବଲାଙ୍ଗୀର ୧୪।୫: କରୋନା ମହାମାରୀ ସମୟରେ ଚାଲିଛି ଲୁଟେରାଙ୍କ ରାଜ । ମାନୁ ନାହାନ୍ତି କୋଭିଡ୍ ଗାଇଡ୍ ଲାଇନ୍ କି ଲକଡାଉନ୍ କଟକଣା । ଲକଡାଉନ ଯୋଗୁଁ ଚାରିଆଡେ ପୋଲିସ ଦିନ ତମାମ ସକ୍ରିୟ ରହି ଅମାନିଆଙ୍କୁ ସାବାଡ଼ କରିବାରେ ବ୍ୟସ୍ତ ଥିବା ବେଳେ ରାତି ଅଧରେ ଲୁଟେରା ନିଜ ଲକ୍ଷ୍ୟସ୍ଥଳକୁ ବାହାରି ଯାଉଛନ୍ତି ।ଏହିଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି ବଡମାଲ ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ମଧ୍ୟରାତିରେ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟର ରେଳବାଇ ସାଇଡିଂ କାର୍ଯ୍ୟ କରୁଥିବା ଏକ ଠିକାସଂସ୍ଥାର କ୍ୟାମ୍ପରୁ ଲୁଟ୍ ହୋଇଥିଲା । କ୍ୟାମ୍ପରେ ଦୁଇ ଜଣ କର୍ମଚାରୀ ଥିବାବେଳେ ସେମାନଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ଦୁଇଟି ମୋବାଇଲ ସହ ୨ ହଜାର ଟଙ୍କା ଲୁଟି ନେଇଥିଲେ । ପରେ ଆନ୍ତର୍ଯ୍ୟାମୀ ପାଟିଲ ଓ ତାଙ୍କ ସହଯୋଗୀ ବଡମାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ମାମଲାର ତଦନ୍ତ କରି ଜୟଦେବ ଓରାମ, ଶନିଶ୍ଚର ଓରାମ ଓ ମିଶ୍ର ଓରାମକୁ ଗିରଫ କରିଥିଲା । ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଲୁହା ରଡ୍ ସହ ଚୋରି ହୋଇଥିବା ଦୁଇଟି ମୋବାଇଲ, ନଗଦ ୨ ହଜାର ଟଙ୍କା ଜବତ କରିଛି ପୋଲିସ ।ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ବାଇକ୍ ମଧ୍ୟ ଜବତ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ହତ୍ୟା ଓ ଅନେକ ଚୋରି ମାମଲା ରହିଥିବା କହିଛନ୍ତି ବଡମାଲ ଆଇଆଇସି ଅମିତାଭ ପଣ୍ଡା ।

   Related Posts