ପାଣି ପମ୍ପ୍ ଚୋରି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 12, 2020 IST

ଆଠଗଡ ୧୨।୧୧: ଆଠଗଡରେ ବିଭିନ୍ନ ଘର ଓ ବିଲରୁ ଉଭାନ ହୋଇଯାଉଥିଲା ପାଣି ପମ୍ପ୍ । ଟେର ପାଉନଥିଲେ କେହି । ଏନେଇ ବାରମ୍ବାର ଥାନାରେ ଅଭିଯୋଗ ହୋଇଆସୁଥିଲା । ଏବେ ଏହି ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଆଠଗଡ ପୋଲିସ ।

{"id":360509,"sizeSlug":"large"}

ଆଠଗଡ ଅଞ୍ଚଳରେ ଦୀର୍ଘ ଦିନ ହେବ ଘରୁ ଏବଂ ଚାଷୀମାନଙ୍କର ପାଣି ପମ୍ପ୍ ଚୋରି ହୋଇଯାଉଥିବା ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଏହି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଆଠଗଡ ପୋଲିସ । ଏହି ଘଟଣାରେ ୧୬ଟି ପାଣି ପମ୍ପ୍ ଜବତ କରିବା ସହିତ ଆଠଗଡ ଅଞ୍ଚଳରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଗାଁରେ ବାରମ୍ବାର ଚୋରି ହେଉଥିବାରୁ ଗାଁର ସୁରକ୍ଷା ପାଇଁ ଗ୍ରାମ୍ୟ ସୁରକ୍ଷା ବାହିନୀର ସଦସ୍ୟ ଥାଇ ଏହି ଗ୍ୟାଙ୍ଗରେ ସମ୍ପୃକ୍ତି ଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.