Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କଟକରେ ଅପରାଧ କ୍ଲିନ୍ ଅଭିଯାନ : ୫ ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ, ୪ ଗିରଫ

20/10/2021 at 4:10 PM

କଟକ ୨୦।୧୦: କଟକରେ କମିଶନରେଟ୍ ପୋଲିସ ଜାରି ରଖିଛି ଅପରାଧ କ୍ଲିନ୍ ଅଭିଯାନ । ସେହି ଆଧାରରେ କଟକ ସହରରୁ ପୁଣି ଜବତ ହୋଇଛି ୫ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି । ବନ୍ଧୁକ ବିକ୍ରି କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଜଣଙ୍କ ଘର କଟକରେ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଘର ଜଗସିଂହପୁରରେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରେ ଏହି ବନ୍ଧୁକ କାରବାର ଚାଲିଥିବା ବେଳେ ଚଢାଉ କରି ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ପୋଲିସ ।

ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମାମଲା ରହିଥିବା ବେଳେ ଅଭିଯୁକ୍ତମାନେ କେଉଁଠାରୁ ଆଉ କିଭଳି ବନ୍ଧୁକ ଆଣିଥିଲେ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଗତ ୮ ମାସ ଭିତରେ କଟକ ସହରରୁ ୫୯ଟି ବନ୍ଧୁକ ଓ ୨୦୦ରୁ ଉର୍ଦ୍ଧ୍ବ ରାଉଣ୍ଡ ଗୁଳି ଜବତ କରି ସାରିଲାଣି । ତେବେ କଟକ ସହରରେ ଅପରାଧ ଓ ଅପରାଧୀ କ୍ଲିନ୍ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ କମିଶନର କହିଛନ୍ତି ।

କଟକ ସହରରକୁ କ୍ରାଇମ୍ ଫ୍ରି କରିବା ପାଇଁ କମିଶନରେଟ୍ ପୋଲିସ ଜାରି ରଖିଥିବା ଅଭିଯାନରେ ଚୋରା ବନ୍ଧୁକ କାରବାର, ନିଶା କାରବାର ସହ ପେଶାଦାର ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ କମିଶନର କହିଛନ୍ତି ।

   Related Posts