ଖାନନଗର ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣା : ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 11, 2019 IST

କଟକ ୧୧|୮: କଟକ ଖାନନଗର ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଦାମବାଡି ପୋଲିସ । ୪ ଅଭିଯୁକ୍ତ ହେଲେ ବାଦାମବାଡି ଅଞ୍ଚଳର ନିରାକାର ଗୁରୁ, ନୟାଗଡ କଣ୍ଟିଲୋର ଗଣେଶ ନାୟକ, ଜାଞ୍ଜିରିମଙ୍ଗଳାର କିଶନ ନାୟକ, ଖାନନଗରର ଶିବ ସାହୁ ।

ସୂଚନାଯୋଗ୍ୟ ଯେ, ନିଶାସକ୍ତ ଅବସ୍ଥାରେ ଥିବାବେଳେ ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ ଘଟିଥିଲା । ମୃତକ ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳର ସୁଧାଂଶୁ ଶତପଥୀ । ହତ୍ୟା ପରେ ତାଙ୍କ ନିକଟରୁ ଟଙ୍କା ମଧ୍ୟ ଲୁଟ୍ କରିଥିଲେ ଦୁର୍ବୃତ୍ତ । ଗତ ଜୁଲାଇ ୧ ତାରିଖରେ ଖାନନଗର ଓଏସ୍‌ଏଲ୍‌ ପଡିଆରୁ ମିଳିଥିଲା ଯୁବକଙ୍କ ମୃତଦେହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.