ରିଆମାଳ ଥାନା ଅଞ୍ଚଳରେ ଶିକ୍ଷକଙ୍କୁ ହତ୍ୟା ମାମଲା : ୪ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | November 05, 2019 IST

ଦେବଗଡ ୫।୧୧: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡା ଗ୍ରାମରେ ଶିକ୍ଷକଙ୍କୁ ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ କରିଛନ୍ତି ରିଆମାଳ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସେହି ଗ୍ରାମର ଶିବ ମୁଣ୍ଡା, ଶ୍ରଦ୍ଧାକର ବାରିକ, ରାଜେଶ ବାଗ, ନର ବାଗ ।

ପୋଖରୀରୁ ମାଛ ଚୋରି ପାଇଁ ଶିକ୍ଷକଙ୍କୁ ହତ୍ୟା କରିଥିଲେ । ମୃତ ଶିକ୍ଷକ ପାଲୁଣୀପଡା ଗ୍ରାମର ଆଶୁତୋଷ ପଟେଲ । ଘରଠାରୁ ଶହେ ମିଟର ଦୂରରେ ଥିବା ପୋଖରୀରେ ହତ୍ୟା କରି ଫିଙ୍ଗି ଦେଇଥିଲେ । ଅକ୍ଟୋବର ୩୧ ତାରିଖ ସଂଧ୍ୟାରେ ହତ୍ୟାକାଣ୍ଡ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.