'ସୋଆ' ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କୁ ନୀଳାଦ୍ରି ସମ୍ମାନ...

Published By : Prameya-News7 Bureau | March 05, 2020 IST

ଭୁବନେଶ୍ବର୫/୩: ନିଳାଦ୍ରୀ ଆଧ୍ୟାତ୍ମିକ ଟ୍ରଷ୍ଟ ଓଡିଶା ପକ୍ଷରୁ ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କୁ  ନୀଳାଦ୍ରି ସମ୍ମାନ ୨୦୨୦ରେ ସମ୍ମାନିତ କରାଯାଇଛି । ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଟ୍ରଷ୍ଟର ସଭାପତି ଦଇତାପତି  ରାମଚନ୍ଦ୍ର ଦାସ ମହାପାତ୍ର  ପ୍ରଫେସର ଡକ୍ଟର ମନୋରଞ୍ଜନ ନାୟକଙ୍କୁ ନୀଳାଦ୍ରି ସମ୍ମାନରେ ଭୂଷିତ କରିଛନ୍ତି ।

ଏକ ନିରାଡମ୍ବର ଉତ୍ସବରେ ଟ୍ରଷ୍ଟର ସମ୍ପାଦକ ବିଶ୍ବନାଥ ସାମନ୍ତରା ଉପଦେଷ୍ଟା ବରିଷ୍ଠ  ଗବେଷକ ଡକ୍ଟର ଭାସ୍କର ମିଶ୍ର , ନନ୍ଦକିଶୋର  ଜେନା ପ୍ରମୁଖ ଉପସ୍ଥିତ  ରହି ପ୍ରଫେସର ନାୟକଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଚଳିତ ବର୍ଷ  ଏହି ମର୍ଯ୍ୟଦାଜନକ ସମ୍ମାନରେ ଡକ୍ଟର ନାୟକଙ୍କୁ ଭୂଷିତ କରିଛନ୍ତି । ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ  ବିଭିନ୍ନ ଆଲୋଚନା ଚକ୍ର, ଭୋଗ ପ୍ରଦର୍ଶନ, କର୍ମଶାଳା ଆୟୋଜନରେ ପ୍ରଫେସର ନାୟକଙ୍କ ସହଯୋଗ ମିଳିଥିବାରୁ ଟ୍ରଷ୍ଟ ତରଫରୁ କୃତଜ୍ଞତା  ଜ୍ଞାପନ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.