ମେଗା ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

Published By : Prameya-News7 Bureau | November 12, 2020 IST

ତେଲକୋଇ ୧୨।୧୧: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଅଧିନସ୍ଥ ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗାଁରେ ମେଗା ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ଅନୁଗୋଳ ଜିଲ୍ଲାର ପାଲଲହଡା ବ୍ଲକ୍ ସମେତ କେନ୍ଦୁଝର ଜିଲ୍ଲାର ତେଲକୋଇ, ହରିଚନ୍ଦନପୁର, ଘଟଗାଁ ଓ ପାଟଣା ବ୍ଲକକୁ ଏହି ଯୋଜନାରେ ସାମିଲ କରାଯାଇଛି ।

{"id":360528,"sizeSlug":"large"}

ଏହି ଯୋଜନା ମାଧ୍ୟମରେ ସାମିଲ କରାଯାଇଥିବା ସମସ୍ତ ବ୍ଲକର ପ୍ରତ୍ୟେକ ଘରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଓମ୍ବାଡିସ ପକ୍ଷରୁ ୧୧୭୬ ଦଶମିକ ୪୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଠିକା ସଂସ୍ଥା ଏଲ ଏଣ୍ଡ ଟିକୁ ଏଥିପାଇଁ କାର୍ଯ୍ୟଦେଶ ଦିଆଯାଇଛି । ଏଥିରେ ପାଞ୍ଚଟି ବ୍ଲକର ଶହେ ଚଉଷଠୀ ଲକ୍ଷ ପରିବାର ଉପକୃତ ହୋଇପାରିବେ ବୋଲି ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଦୟାନିଧି ସାହୁ ପ୍ରକାଶ କରିଛନ୍ତି ।

{"id":360529,"sizeSlug":"large"}

ଅନୁଗୋଳ ଜିଲ୍ଲାର ରେଙ୍ଗାଲୀ ବୃହଦାକାର ଜଳ ପ୍ରକଳ୍ପରୁ ଜଳ ବିଶୋଧନ କରାଯାଇ ପାଇପ୍ ଯୋଗେ ସମସ୍ତ ୫ଟି ବ୍ଲକକୁ ଜଳ ଯୋଗାଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପ୍ରକାଶ କରିଛନ୍ତି । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ତେଲକୋଇ ବ୍ଲକ ବିଜେଡି ସଭାପତି ଶାନ୍ତନୁ ବିଶ୍ବାଳ, ଜିଲ୍ଲା ପରିଷଦ ସଭ୍ୟ ବିନୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.