ଆରଡ଼ିରେ ଫ୍ଲାଏ ଓଭର ବ୍ରିଜର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ

Published By : Prameya-News7 Bureau | September 15, 2021 IST

ଭଦ୍ରକ ୧୫।୯: ଭଦ୍ରକରେ ଫ୍ଲାଏ ଓଭର ବ୍ରିଜର ଶୁଭ ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଆରଡ଼ି ଛକଠାରେ ଫ୍ଲାଏ ଓଭର ବ୍ରିଜର ଶୁଭ ଶିଲାନ୍ୟାସ ହୋଇଛି । ଏଥିରେ  ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଜାରି ରହିଥିବା ବେଳେ ଆରଡି ଛକ ନିକଟରେ ପୋଲଟି କମ୍ ଉଚ୍ଚତାରେ ଥିଲା । ତେବେ ଏହି ପୋଲକୁ ଭାଙ୍ଗି ପୁନଃ ନିର୍ମାଣ କରାଯାଉଛି । ଏହି ଅବସରରେ ଜାତୀୟ ରାଜପଥର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଥିଲେ । ତେବେ ଶୀଘ୍ର କାର୍ଯ୍ୟ ସାରିବା ସହ ଉନ୍ନତ ମାନର କାର୍ଯ୍ୟ ପାଇଁ ଅଧିକାରୀଙ୍କ ସହ ସାଂସଦ ଆଲୋଚନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.