ଇଜିପ୍ଟରୁ ବାହାରିଲା ଦ୍ୱିତୀୟ ପ୍ରାଚୀନ ବୃହତ୍ତମ ସହର, ମିଳିଲା ମୁଲ୍ୟବାନ ପଦାର୍ଥ

Published By : Prameya-News7 Bureau | April 09, 2021 IST

କାଇରୋ, ୦୯/୦୪: ଧିରେ ଧିରେ ମନୁଷ୍ୟ ପୂର୍ବରୁ ଗଢ଼ିଉଠିଥିବା ସଭ୍ୟତା ସମ୍ୱନ୍ଧରେ ଜାଣିବାକୁ ପାଉଛି । ହଜାର ହଜାର ବର୍ଷ ପୁରୁଣା ପ୍ରାଚୀନ ଧାତୁ ସହ ଇଟା, ବସ୍ତି, ବାସସ୍ଥାନ ଏବଂ କଙ୍କାଳ ଆଦିର ଆବିଷ୍କାର ହେଉଛି ।

ବର୍ତ୍ତମାନ ଭୂତତ୍ତ୍ୱ ବିଜ୍ଞାନୀ ମାନେ ଏକ ସହରର ଆବିଷ୍କାର କରିଛନ୍ତି । ଯାହାକି ପୂର୍ବରୁ ବାହାରିଥିବା ବୃହତମ ସହର ତୁଟାଖାମୁନ୍‌ ପରେ ଦ୍ୱିତୀୟ ସହର ହୋଇଥିବା କୁହାଯାଉଛି । ଇଜିପ୍ଟର ପ୍ରିସିଦ୍ଧ ଭୂତତ୍ତ୍ୱ ବିଜ୍ଞାନୀ ଜାହି ହାୱାସ୍‌ ଲୁକ୍ସର ନିକଟବର୍ତ୍ତୀ ଏହି ଗୋଲ୍ଡେନ୍‌ ସିଟିକୁ ଖୋଜିପାଇଛନ୍ତି । ଯାହାକି ସେତେବେଳର ରାଜାଙ୍କର ଏକ ଉପତ୍ୟକା ଥିବା ଅନୁମାନ କରାଯାଉଛି ।

ଡକ୍ଟର ଜାହି ଆୱାସ୍‌ଙ୍କ ସନ୍ଧାନୀ ଦଳ ଏହି ସହର ବାଲି ତଳେ ପୋତି ହୋଇ ରହିଥିବା କହିଛନ୍ତି । ସେମାନଙ୍କ ମତରେ ଏହା ୩ ହଜାର ବର୍ଷ ତଳର ହୋଇଥିବା ଜଣାପଡ଼ିଛି ।  ଏହି ଆଟେନ୍ ଭାବରେ ଜଣାଶୁଣା । ଏହାକୁ ଇଜିପ୍ଟର ଏକ ପ୍ରାଚୀନ ସର୍ବ ବୃହତ ସହର କୁହାଯାଉଛି । ଯାହାକୁ କି ତୁଟାଖାମୁନ୍‌ ପରେ ମାଟିତଳେ ରହିଥିବା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ “ପ୍ରତ୍ନତାତ୍ତ୍ୱିକ ଆବିଷ୍କାର” ବୋଲି କୁହାଯାଉଛି ।

ବିଶେଷଜ୍ଞମାନେ ଅଳଙ୍କାର ଖଣ୍ଡ ଏବଂ ରଙ୍ଗୀନ ମାଠିଆର ପାତ୍ର ଏହି ଖନନରୁ ପାଇଛନ୍ତି । କାଦୁଅ ଇଟା ମଧ୍ୟ ଏହି ଖନନରୁ ମିଳିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.