ଆପତ୍ତିଜନକ ଭାଷା କହିଥିବାରୁ ବିଜେପି ବିଧାୟକଙ୍କୁ ନୋଟିସ୍ ଜାରି

Published By : Prameya-News7 Bureau | April 24, 2020 IST

ସୀତାପୁର ୨୪/୪: ୟୁପିର ସୀତାପୁର ଜିଲ୍ଲାର ସଦର ଆସନରୁ ବିଜେପି ବିଧାୟକ ରାକେଶ ରାଠୋରଙ୍କୁ ପାର୍ଟି ଶୀର୍ଷ ନେତାଙ୍କ ନିର୍ଦେଶରେ ଗୁରୁବାର ମହାମନ୍ତ୍ରୀ ବିଦ୍ୟା ସାଗର ସୋନକର କାରଣ ବତାଓ ନୋଟିସ୍ ଜାରି କରିଛନ୍ତି। ଗତ କିଛି ଦିନରେ ବିଜେପି ବିଧାୟକଙ୍କ ଅନେକ ଅଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ସେ ଜାତୀୟ ଟିପ୍ପଣୀ ବ୍ୟତୀତ ବହୁତ ଅପମାନଜନକ କଥା କହିଥିଲେ।

ଏହା ବ୍ୟତୀତ ଏକ ଅଡିଓରେ କରୋନା ବିରୁଦ୍ଧରେ ତାଳି-ଥାଳି ବଜାଇବା ଅଭିଯାନର ପରିହାସ କରିଥିଲେ। ମାମଲା ପ୍ରଘଟ ହୋଇଯିବା ପରେ ଏବେ ବିଧାୟକ ନିଜ ଦୁଇଟି ମୋବାଇଲକୁ ଅଫ୍ କରି ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି।

ବିଧାୟକ କରୋନା ଭାଇରସ୍ ବିରୁଦ୍ଧରେ ଯୁଦ୍ଧରେ ତାଳି-ଥାଳି ବଜାଇବାକୁ ଭୁଲ୍ ବୋଲି କହିଥିଲେ। ରାଜ୍ୟ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କ ନିର୍ଦେଶରେ ବିଧାୟକଙ୍କୁଚ ନୋଟିସ୍ ଜାରି କରାଯାଇଛି। ବିଧାୟକଙ୍କ ଗୋଟିଏ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ଦେବାର ସମୟ ଆସି ଯାଇଛି।

ବିଜେପି ତରଫରୁ ଜାରି କରାଯାଇଥିବା ନୋଟିସରେ କୁହା ଯାଇଛି ଯେ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଆପଣଙ୍କ ଦ୍ବାରା ଲଗାତାର କାର୍ଯ୍ୟ କରିବାର ଅଭିଯୋଗ ମିଳୁଛି। ଆପଣଙ୍କ ଏହି କୃତ୍ୟ ପାର୍ଟିର ଛବି ଖରାପ କରିବା ଏବଂ ଅନୁଶାସନହୀନତାର ଶ୍ରେଣୀରେ ଆସୁଛି। ପାର୍ଟି ଏହାକୁ ଗମ୍ଭୀରତାର ସହ ନେଇଛି। ନୋଟିସରେ ଶେଷ​‌ରେ କୁହାଯାଇଛି ଯେ ସ୍ପଷ୍ଟୀକରଣ ପ୍ରାପ୍ତ  ନ ହେବାର ସ୍ଥିତିରେ ଅନୁଶାସନହୀନତାର ଅଭିଯୋଗ ସ୍ବତଃ ସିଦ୍ଧ ମାନି ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.