Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

90 % ପର୍ଯ୍ୟନ୍ତ ଶସ୍ତା ହେଲା କ୍ୟାନସର ଔଷଧ, ଏବେ ଦୂର ହେବ ରୋଗୀଙ୍କ ଚିନ୍ତା

7/11/2020 at 4:07 PM

ନୂଆଦିଲ୍ଲା ୭।୧୧: କର୍କଟ ରୋଗର ଔଷଧ ମୂଲ୍ୟ ହ୍ରାସ ଲାଗି ଫେବୃଆରୀ ୨୦୧୯ରେ ସରକାର ନେଇଥିବା ପଦକ୍ଷେପ ଏବେ ସଫଳ ହେବାକୁ ଯାଉଛି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣଙ୍କ ସୂଚନା ଅନୁସାରେ ଏଥିରେ ସରକାର ୪୨ଟି ଔଷଧର ମୂଲ୍ୟ ହ୍ରାସ ଲାଗି ହାତକୁ ନେଇଥିବା ପାଇଲଟ ପ୍ରକଳ୍ପକୁ ଔଷଧ ନିର୍ମାତାଙ୍କ ସମର୍ଥନ ମିଳିଛି। ଫଳରେ ୫୨୬ଟି ବ୍ରାଣ୍ଡର ୪୨ଟି କ୍ୟାନସର ନିବାରକ ଔଷଧ ମୂଲ୍ୟରେ ହାରାହାରି ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।

ପ୍ରାଧିକରଣଙ୍କ ସୂଚନା ଅନୁସାରେ ଏହି ପ୍ରୟାସରେ ବିର୍ଲୋଟିବ ବ୍ରାଣ୍ଡର ୧୫୦ଏମଜି ଏର୍ଲୋଟିନିବ ଔଷଧର ମୂଲ୍ୟ ୯୧.୦୮ ପ୍ରତିଶତ ହ୍ରାସ ହୋଇଛି। ଏହି ଔଷଧର ମୂଲ୍ୟ ୯ହଜାର ୯୯୯ ଟଙ୍କା ଥିଲା। ଏବେ ୮୯୧ଟଙ୍କା ୭୯ ପଇସାରେ ଉପଲବ୍ଧ ହେଉଛି। ସେହିପରି ୨୫ହଜାର ୪୦୦ ଟଙ୍କା ଦର ଥିବା ପେମେଷ୍ଟାର-୫୦୦ ଇଞ୍ଜେକ୍ସନ ଏବେ ୨ହଜାର ୫୦୯ ଟଙ୍କାରେ ମିଳିପାରୁଛି। କେବଳ ଏତିକି ନୁହେଁ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୧୨୪ ପ୍ରକାର ଚିହ୍ନିତ ଔଷଧ ମଧ୍ୟରୁ ୬୨ ପ୍ରତିଶତ ଔଷଧର ମୂଲ୍ୟ ହ୍ରାସ ହୋଇଛି।

ପାଇଲଟ ପ୍ରକଳ୍ପର କାର୍ଯ୍ୟକାରୀତା ପରେ କର୍କଟ ଆକ୍ରାନ୍ତ ରୋଗୀଙ୍କ ଔଷଧ ବାବଦକୁ ଅନୁନ୍ୟ ୯୮୪ କୋଟି ଟଙ୍କା ସଞ୍ଚୟ ହୋଇ ପାରିବ ବୋଲି ଆଶା କରାଯାଉଛି। କର୍କଟ ରୋଗ ଲାଗି ଔଷଧର ମୂଲ୍ୟ ହ୍ରାସ ନିମନ୍ତେ ଅଲ ଇଣ୍ଡିଆ ଡ୍ରଗ ଆକ୍ସନ ନେଟୱାର୍କର ପଦକ୍ଷେପକୁ ଏନପିପିଏ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ଆକଳନ ଅନୁସାରେ ସାରା ବିଶ୍ୱରେ କର୍କଟ ଯୋଗୁ ସର୍ବାଧିକ ମୃତ୍ୟୁ ହେଉଛି। ଏଥିରୁ କେବଳ ଭାରତରେ ୧.୫ ନିୟୁତ ଲୋକେ ପ୍ରାଣ ହରାଉଛନ୍ତି। ୨୦୪୦ ମସିହା ସୁଦ୍ଧା ଭାରତରେ କର୍କଟ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୨ଗୁଣାରୁ ବି ଅଧିକ ହେବ ବୋଲି ଡବ୍ଲୁଏଚଓ ଆକଳନ କରିଛନ୍ତି।

   Related Posts