କେନ୍ଦୁଝରରେ କୂଅ ଭିତରୁ ହାତୀକୁ ଉଦ୍ଧାର ବେଳେ ଫରେଷ୍ଟର ଗୁରୁତର
8/09/2018 at 10:13 AM

କେନ୍ଦୁଝର ୮|୯: କୂଅ ଭିତରୁ ହାତୀକୁ ଉଦ୍ଧାର କଲାବେଳେ ଫରେଷ୍ଟର ଗୁରୁତର । କେନ୍ଦୁଝର ବିଜେପି ରେଞ୍ଜ ସିନ୍ଧପୁର ଅଞ୍ଚଳର ବିଲରେ ବୁଲୁଥିବାବେଳେ ଏକ କୂଅ ମଧ୍ୟରେ ୨ଟି ହାତୀ ପଡିଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ବନ ବିଭ।ଗ ହାତୀକୁ ଉଦ୍ଧାର ପାଇଁ ଆସିଥିଲା । ଉଦ୍ଧାରବେଳେ ଫରେଷ୍ଟରକୁ ଆକ୍ରମଣ କରିଥିଲା ହାତୀ । ଗୁରୁତର ଫରେଷ୍ଟର ଟିକେଶ୍ବର ମହାନ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଅଞ୍ଚଳରେ ୫ ଦିନ ହେଲା ୧୫ଟି ହାତୀ ଆତଙ୍କ ଖେଳାଇଛନ୍ତି । ବିଲ ବାଡିରେ ପଶି ହାତୀ ଉତ୍ପାତ କରୁଥିଲେ ।
Related Posts
ପିପିଲି ଉପନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ : CEO
3 March 2021