ଓସ୍କାର ବିଜେତା ଫିଲ୍ମ ଫରେଷ୍ଟ୍ ଗମ୍ପର ଲେଖକ ଓ୍ବିନଷ୍ଟନ୍ ଗୃମଙ୍କ ପରଲୋକ
18/09/2020 at 2:23 PM

ଆମେରିକାର ଓସ୍କାର ବିଜେତା ଫିଲ୍ମ ଫରେଷ୍ଟ ଗମ୍ପର ଲେଖକ ଓ୍ବିନଷ୍ଟନ୍ ଗୃମଙ୍କ ପରଲୋକ ହୋଇଛି। ୭୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଓ୍ବିନଷ୍ଟନ୍ ଗୃମ୍ ଅନେକ ଚମତ୍କାର ଉପନ୍ୟାସ ଲେଖିଥିଲେ ଯେଉଁଗୁଡ଼ିକୁ ଖୁବ୍ ପ୍ରଶଂସା କରାଯାଇଥିଲା। ତାଙ୍କ ଉପନ୍ୟାସ ଫରେଷ୍ଟ ଗମ୍ପ ଉପରେ ୧୯୯୪ମସିହାରେ ଫିଲ୍ମ ହୋଇଥିଲା। ଏହି ଫିଳ୍ମରେ ଟମ୍ ହ୍ୟାଙ୍କସ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ଫରେଷ୍ଟ ଗମ୍ପ ୬ଟି ଓସ୍କାର ପୁରସ୍କାର ଜିତିଥିଲା।

ଓ୍ବିନଷ୍ଟନ୍ ଗୃମଙ୍କ ପରଲୋକର ସୂଚନା ଆଲବାମାର ଗଭର୍ଣ୍ଣର କାୟ ଇବେ ସୋସିଆଲ୍ ମିଡିଆ ଜରିଆରେ ଦେଇଥିଲେ। କାୟ ଇବେ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଶୋକ ବ୍ୟକ୍ତ କରିଛନ୍ତି। ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ ‘ଏହା ଜାଣି ସେ ଆଶ୍ଚର୍ଯ୍ୟ ଯେ ଆଲବାମା ନିଜ ଚମତ୍କାର ଲେଖକଙ୍କୁ ହରାଇଛି। ତାଙ୍କୁ ଫରେଷ୍ଟ୍ ଗମ୍ପ ପାଇଁ ସବୁବେଳେ ମନେ ରଖାଯିବ। ଓ୍ବିନଷ୍ଟନ୍ ଗୃମ୍ ଆମେରିକା ଇତିହାସର ଚମତ୍କାର ସାମ୍ବାଦିକ ଏବଂ ଲେଖକ ଥିଲେ। ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ପାଇଁ ସମ୍ବେଦନା।’

ଓ୍ବିନଷ୍ଟନ୍ ଗୃମ୍ ୧୯୬୫ମସିହାରେ ଆଲବାମା ୟୁନିଭର୍ସିଟିରୁ ଗ୍ରାଜୁଏସନ କରିଥିଲେ। ତାଙ୍କ ବିଶ୍ବ ବିଦ୍ୟାଳୟ ଅନୁସାରେ ଓ୍ବିନଷ୍ଟନ୍ ଗୃମ୍ ୧୯୬୫ମସିହାରୁ ୧୯୬୯ମସିହା ଯାଏଁ ସେନାର ଚତୁର୍ତ ଇନଫ୍ୟାଣ୍ଟ୍ରି ଡିଭିଜନର ଅଂଶ ମଧ୍ୟ ଥିଲେ। ଏହି ସମୟରେ ସେ ଭିଏତନାମ ପାଇଁ ନିଜ କାମ କରିଥିଲେ। ଓ୍ବିନଷ୍ଟନ୍ ଗୃମ୍ ନିଜ ଜୀବନରେ ପାଖାପାଖି ୧୬ଟି ପୁସ୍ତକ ଲେଖିଥିଲେ। ତାଙ୍କ ପୁସ୍ତକ କନଭର୍ସସେସନ ଓ୍ବିଥ ଦି ଏନମି ଖୁବ୍ ଚର୍ଚ୍ଚିତ ପୁସ୍ତକ ମଧ୍ୟରୁ ଗୋଟିଏ।
