Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ନିଜ ଝିଅକୁ ଘରେ ବନ୍ଦୀକରି ନିସ୍ତୁକ ପିଟୁଥିଲେ ପୂର୍ବତନ କଂଗ୍ରେସ ମନ୍ତ୍ରୀ, ଉଦ୍ଧାର ହେବା ପରେ ଚାଞ୍ଚଲ୍ୟକର ଖୁଲାସା କଲେ ଝିଅ

29/12/2020 at 9:55 PM

ନୂଆଦିଲ୍ଲୀ ୨୯/୧୨ : ପୂର୍ବତନ କଂଗ୍ରେସ ମନ୍ତ୍ରୀ ରାଜକୁମାର ଚୌହାନ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଏହି ଅଭିଯୋଗ କରିଛନ୍ତି ଖୋଦ କଂଗ୍ରେସ ନେତାଙ୍କ ଝିଅ । ଦିଲ୍ଲୀର ପଶ୍ଚିମ ବିହାରରେ ଥିବା କଂଗ୍ରେସ ନେତାଙ୍କ ପୈତୃକ ମାସଭବନରୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ ଖୋଦ ପୂର୍ବତନ କଂଗ୍ରେସ ମନ୍ତ୍ରୀ ରାଜକୁମାର ଚୌହାନ ଝିଅ ।

ଏହା ପରେ ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲୁ) ତାଙ୍କୁ ସୋମବାର ରାତିରେ ପୂର୍ବତନ କଂଗ୍ରେସ ମନ୍ତ୍ରୀଙ୍କ ବାସଭବନରୁ ଉଦ୍ଧାର କରିଛନ୍ତି । ରାଜକୁମାର ଚୌହାନ, ଶିଲା ଦୀକ୍ଷୀତ ସରକାର ସମୟରେ ଚାରିଥର ବିଧାୟକ ଥିଲେ ଏବଂ ଶିଲାଙ୍କ କ୍ୟାବିନେଟରେ ମନ୍ତ୍ରୀ ମଧ୍ୟ ରହିଥିଲେ ।

ଡିସିଡବ୍ଲ୍ୟୁ ଏକ ବିବୃତ୍ତି ଜାରି କରି କହିଛନ୍ତି, ‘ଅଭିଯୋଗକାରୀ ଝିଅ ଲେଖିଛନ୍ତି ଯେ ତାଙ୍କୁ ବନ୍ଦୀ କରାଯାଇଥିଲା ଏବଂ ଅନେକ ସମୟରେ ତାଙ୍କ ବାପା ଏବଂ ଭାଇ ତାଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛନ୍ତି’ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଡିସିଡବ୍ଲ୍ୟୁ ଏକ ଟିମ୍ ଗଠନ କରି ଦିଲ୍ଲୀ ପୋଲିସ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।

ଅଭିଯୋଗକାରୀ ଡିସିଡବ୍ଲୁଙ୍କୁ କହିଛନ୍ତି ଯେ, ସେ ୧୯୯୯ ମସିହାରେ ବିବାହ କରିଥିଲେ ଏବଂ ବିବାହର ପ୍ରାୟ ୧୦ ବର୍ଷ ପରେ ସ୍ୱାମୀଙ୍କ ସହ ମତଭେଦ ହେତୁ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାପାଙ୍କ ଘରେ ରହି ଆସୁଥିଲେ । କିନ୍ତୁ ସେ ଏବେ ଆଉ ପିତାମାତାଙ୍କ ସହ ରହିବାକୁ ଚାହାଁନ୍ତି ନାହିଁ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅପିଲ କରିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଛି ଏବଂ ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

   Related Posts