ପୂର୍ବତ୍ତନ WWE ପହିଲମାନ ଶେଡ୍ ଗେସପର୍ଡଙ୍କ ମୃତ୍ୟୁ : ଭେନିସ ବିଚରୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | May 21, 2020 IST

କାଲିଫର୍ନିଆ ୨୧/୦୫ : ପୂର୍ବତ୍ତନ WWE ପହିଲମାନ ଶେଡ୍ ଗେସପର୍ଡଙ୍କ ମୃତ୍ୟୁ ହୋଇଛି | ରବିବାର ଦିନ ଗେସପର୍ଡ ସମୁଦ୍ର ଭିତରେ ନିଖୋଜ ହୋଇଯାଇଥିଲେ | ୩ ଦିନ ପରେ ତାଙ୍କ ମୃତଦେହ ଭେନିସ ବିଚରୁ ଉଦ୍ଧାର ହୋଇଛି | ଗେସପର୍ଡ ନିଜ ପୁଅ ସହ ଦକ୍ଷିଣ କାଲିଫର୍ନିଆ ସମୁଦ୍ରକୂଳକୁ ଯାଇଥିଲେ | ସମୁଦ୍ରରେ ଗାଧୋଉଥିବାବେଳେ ସେ ଏବଂ ତାଙ୍କର ୧୦ ବର୍ଷର ପୁଅ ଆରୟେହ ପାଣିରେ ଭାସି ଯାଇଥିଲେ |

{"id":273429,"width":582,"height":327,"sizeSlug":"large"}

 

ଗେସପର୍ଡଙ୍କ ପୁଅକୁ ଲାଇଫଗାର୍ଡ଼ ତୁରନ୍ତ ଉଦ୍ଧାର କରିଥିଲେ | କିନ୍ତୁ ଗେସପର୍ଡଙ୍କୁ ଉଦ୍ଧାର କରିପାରିନଥିଲେ | ଜୁଆର ମଧ୍ୟରେ ଗେସପର୍ଡ ହଠାତ ଉଭାନ କୁଆଡେ ଗାୟବ ହୋଇଯାଇଥିଲେ | ଗତ ୩ ଦିନ ହେଲା ତାଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା | ବୁଧବାର ଦିନ ତାଙ୍କର ମୃତଦେହ ଉଦ୍ଧାର ହୋଇଛି | ପୋଲିସ କହିଛି, ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେତେବେଳେ ସେ ସମୁଦ୍ରତଟରୁ ୪୬ ମିଟର ଦୂରରେ ଥିଲେ | ଯଦି ସେ ପାଖରେ ଥାଆନ୍ତେ ତାହେଲେ ତାଙ୍କୁ ରକ୍ଷା କରାଯାଇ ପାରିଥାନ୍ତା |

{"id":273430,"width":583,"height":351,"sizeSlug":"large"}

ଗେସପର୍ଡ WWE ର ଜଣେ ଲୋକପ୍ରିୟ ପହିଲମାନ | ସେ ଜଣେ କିକ ବକ୍ସର ମଧ୍ୟ ଥିଲେ | WWE ରେ ସେ କ୍ରାଇମ ଟାଇମ ଏବଂ ଜେଟିଯି ସହ ଟ୍ୟାଗ ଟିମ ଖେଳୁଥିଲେ | ୨୦୧୦ ମସିହାରେ ଗେସପର୍ଡ ସନ୍ୟାସ ନେଇଯାଇଥିଲେ | ଏହାପରେ ସେ ଟିଭି ଶୋ' ଓ ଫିଲ୍ମରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଥିଲେ |

{"id":273431,"width":574,"height":321,"sizeSlug":"large"}

ଶେଡ୍ ଗେସପର୍ଡ଼୍ନି ଖୋଜ ହେବାପରେ WWE ର ସମସ୍ତ ତାରକା ମିକମ୍ୟାନ, ଦ ରକ, ଗୋଲ୍ଡବର୍ଗ, କେବିନ ଓବେନ୍ସ, କ୍ରିସ ଜେରୀକୋ, ଏମବିପି, ମିକ ଫଲୀ ଭଳି ନାମୀ ପହିଲଵାନ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ | କିନ୍ତୁ ଭଗବାନ ତାଙ୍କ ପ୍ରାର୍ଥନା ଶୁଣିଲେନି | ଗେସପର୍ଡ ମାତ୍ରା ୩୯ ବର୍ଷ ବୟସରେ ଦୁନିଆ ଛାଡି ଚାଲିଗଲେ |

{"id":273432,"width":570,"height":360,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.