ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ

Published By : Prameya-News7 Bureau | March 08, 2019 IST

ଭୁବନେଶ୍ବର ୮|୩ : ବିଜେଡିରେ ମିଶିଲେ ପୂର୍ତ୍ତ ବିଭାଗର ପୂର୍ବତନ ସଚିବ ନଳିନୀକାନ୍ତ ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାର ଶତାଧିକ ସମର୍ଥକଙ୍କ ସହ ଆସି ବିଜେଡିରେ ମିଶିଛନ୍ତି । ସେ ବିଜେଡିରେ ମିଶିବା ପରେ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ କରିବ ବୋଲି ନବୀନ କହିଛନ୍ତି ।

{"id":91607}

ଗତ ୨୮ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ନଳିନୀକାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ରାଜନୀତିରେ ପାଦ ଦେଇଛନ୍ତି ନଳିନୀ । ନଳିନୀଙ୍କ ବିଜେଡିରେ ଯୋଗଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନଳିନୀଙ୍କୁ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରେଢାଖୋଲରୁ ପ୍ରାର୍ଥୀ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଗତ କିଛି ଦିନ ପୂର୍ବରୁ ରେଢାଖୋଲରେ ଜଣେ ବିଜେଡି ନେତାଙ୍କ ସହ ନଳିନୀଙ୍କର ମଧ୍ୟ ଏକ ପୋଷ୍ଟର ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.