ରାଜନୈତିକ ଶତ୍ରୃତା ଯୋଗୁଁ ପୂର୍ବତନ ଭାଇସ-ଚେୟାରମ୍ୟାନଙ୍କୁ ହତ୍ୟା

Published By : Prameya-News7 Bureau | June 22, 2019 IST

ବଲାଙ୍ଗିର ୨୨|୬: ପୂର୍ବତନ ଭାଇସ-ଚେୟରମ୍ୟାନଙ୍କୁ ନୃଶଂସ ହତ୍ୟା…

ରାଜନୈତିକ ଶତୃତାକୁ କେନ୍ଦ୍ର କର ହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକ…

ଘଟଣାରେ ୩ ଅଟକ…

ଘଟଣାକୁ ନେଇ ପୋଲିସର ଛାନଭିନ…

{"id":125793,"width":576,"height":432}

ବଲାଂଗୀର ଜିଲ୍ଳା ତୁରେକେଲା ଥାନା ମହୁଲପାଟି ଗାଁର ପୂର୍ବତନ ଭାଇସ-ଚେୟାରମ୍ୟାନଙ୍କୁ ନୃଶଂସ ହତ୍ୟା। ତୁରେକେଲାର ମହୁଲପାଟି-ଷ୍ଟେସନ ରୋଡର ଏକ ନିଛାଟିଆ ରାସ୍ତାରୁ ପୂର୍ବତନ ଭାଇସ-ଚେୟାରମ୍ୟାନ ଦୀଲିପ ସାହୁଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରିଛି ପୋଲିସ। ଦୀଲିପଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ଏଥିରେ ଏକାଧିକ ବ୍ୟକ୍ତି ସଂପୃକ୍ତି ଥାଇପାରନ୍ତି ବୋଲି ଅନୁମାନ କରୁଛି ପୋଲିସ। ଦୀଲିପଙ୍କ ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସଂଦେହରେ ୩ ଜଣକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ରାଜନିତୀରେ ଦୀଲିପଙ୍କ ସଂପୃକ୍ତି ଥିବାରୁ ହତ୍ୟାଣ୍ଡ ପଛରେ ରାଜନୈତିକ କାରଣ ରହିଥିବା ନେଇ ତଦନ୍ତ କରୁଛି ପୋଲିସ।

{"id":125794}

 ରାଜନୈତିକ ଶତୃତା କାରଣରୁ ତୁରେକେଲାର ପୂର୍ବତନ-ଭାଇସ ଚେୟାରମେନ ଦୀଲିପ ସାହୁଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିର୍ମମ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଗତ କାଲି ତୁରେକେଲା ଥାନା ମହୁଲପାଟି-ତୁରେକେଲା ଷ୍ଟେସନ ରୋଡର ଏକ ନିଛାଟିଆ ରାସ୍ତାରୁ ଦିଲିପଙ୍କ ରକ୍ତଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ମିଳିବା ପରେ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି। ଦୀଲିପ  ଗତ ପଂଚାୟତ ନିର୍ବାଚନରେ ସଂରପଂଚ ନିର୍ବାଚନ ଲଢ଼ି ହାରିଯାଇଥିଲେ। ଦିଲୀପଙ୍କ ରାଜନିତୀରେ ସଂପୃକ୍ତି ଥିବାରୁ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ଦୀଲିପଙ୍କ ପରିବାର ଲୋକ।  

{"id":125795}

ଗତ କାଲି ଦିନବେଳା କୌଣସି କାମରେ ଦିଲୀପ ନିଜ ବାଇକ ଯୋଗେ ତୁରେକେଲା ଷ୍ଟେସନକୁ ଯାଉଥିଲେ। ତେବେ ଷ୍ଟେସନ ରାସ୍ତାର ଏକ ନିଛାଟିଆ ଜାଗାରେ ଦିଲୀପଙ୍କୁ ପଛ ପଟୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ। ସେହିପରି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଥିବା ସଂଦେହ କରୁଛି ପୋଲିସ। ଘଟଣା ସ୍ଥଳରୁ ପୋଲିସ ଏକ ନମ୍ବର ବିହୀନ ବାଇକ ଜବତ କରିଛି ।  ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ତଦନ୍ତ ପ୍ରଭାବିତ ହେବା ଆଶଂକାରୁ ଅଭିଯୁକ୍ତଙ୍କ ନାଁ ପୋଲିସ ପ୍ରକାଶ କରୁନଥିବା ବେଳେ ଏ ହତ୍ୟାକାଣ୍ଡର ଆସାମୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ବୋଲି କହିଚନ୍ତି ତଦନ୍ତକାରୀ ଏସଡିପିଓ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.