ରାଜ୍ୟସଭାରେ ସରିଲା ମନମୋହନ ସିଂହଙ୍କ କାର୍ଯ୍ୟକାଳ, ଆଶଂକାରେ ରାଜନୈତିକ କ୍ୟାରିୟର

Published By : Prameya-News7 Bureau | June 14, 2019 IST

ନୂଆଦିଲ୍ଲୀ ୧୪।୬:  ୟୁପିଏ ସରକାରରେ ଦୁଇଦୁଇଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶୁକ୍ରବାର ସମାପ୍ତ ହୋଇଛି। ୨୦୧୩ ମସିହା ଜୁନ ୧୫ ତାରିଖରେ ମନମୋହନ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଆସାମରେ ରାଜ୍ୟ ସରକାର ପରିବର୍ତ୍ତନ ହୋଇସାରିଥିବା ବେଳେ ରାଜ୍ୟର ୨ଟି ରାଜ୍ୟସଭା ଆସନରୁ ଗୋଟିକରେ ବିଜେପି ନିଜ ନେତାଙ୍କୁ ସାଂସଦ ମନୋନୀତ କରିସାରିଛି।  ଅନ୍ୟ ଆସନଟିରେ ସହଯୋଗୀ ଆସାମ ଗଣପରିଷଦ ନିଜ ସଦସ୍ୟଙ୍କୁ ଦେଇଛି। ଅନ୍ୟ ରାଜ୍ୟର ରାଜ୍ୟସଭା ଆସନ ଖାଲି ନଥିବାରୁ  ମନମୋହନ ସିଂହଙ୍କୁ ନିକଟରେ ରାଜ୍ୟସଭାକୁ ନିର୍ବାଚିତ କରାଯିବା ନେଇ ସନ୍ଦେହ ଉପୁଜିଛି ।  ଫଳରେ ଗତ ୧୯୯୧ ମସିହାରୁ ଲଗାତାର ସଂସଦ ଭବନର ଅଳିନ୍ଦରେ ଦେଖାଯାଉଥିବା ମନମୋହନଙ୍କ ସଂସଦ ଲେଉଟାଣୀ ନେଇ ଆଶଙ୍କା  ଉପୁଜିଥିବା ବେଳେ  ଆଗାମୀ ବଜେଟ୍ ଅଧିବେଶନରେ ସେ ସଂସଦକୁ ସମ୍ବୋଧିତ କରିପାରିବେ ନାହିଁ ।

{"id":123009}

ଆସାମର ୨ ରାଜ୍ୟସଭା ଆସନ ନିମନ୍ତେ ଗତ ମେ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରୁ ଗୋଟିକରେ ବିଜେପି ନିଜ ପ୍ରାର୍ଥୀଙ୍କୁ ସାଂସଦ ମନୋନୀତ କରିଛି। ଅନ୍ୟ ଆସନଟିରେ ଏଜିପି ସାଂସଦ ଚୟନ କରିଛି। ଏଣୁ ଆସାମରୁ ମନମୋହନ ପୁଣି ରାଜ୍ୟସଭାକୁ ନିର୍ବାଚିତ ହେବା ଏବେ ଅସମ୍ଭବ । ତେବେ ଏଥି ସହ ମନମୋହନଙ୍କ ସଂସଦୀୟ କ୍ୟାରିୟର ସମାପ୍ତ ହେବା ଆଶଙ୍କା ନିରାଧାର କହିଛି କଂଗ୍ରେସ। ଆଗକୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମନମୋହନଙ୍କୁ ଦଳର ସଂଖ୍ୟାଗରିଷ୍ଠତା ଥିବା ରାଜ୍ୟରୁ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ କହିଛି।

{"id":123010}

ତେବେ ୨୦୨୦ ମସିହା ପୂର୍ବରୁ ରାଜ୍ୟସଭା ନିର୍ବାଚନର କୌଣସି ସୂଚନା ମିଳୁନାହିଁ । ୨୦୨୦ରେ ହରିୟାଣା, ମହାରାଷ୍ଟ୍ର, ଆସାମ, ଝାରଖଣ୍ଡ, ରାଜସ୍ଥାନ ଓ ହିମାଚଳପ୍ରଦେଶର ୫୫ଟି ରାଜ୍ୟସଭା ଆସନ ଖାଲି ହେବ। ସେତେବେଳେ ହୁଏତ ମନମୋହନଙ୍କୁ ପୁଣି ରାଜ୍ୟସଭାକୁ ନିର୍ବାଚିତ କରାଯାଇପାରେ। ଏହା ଛଡା ୨୦୨୦ ପୂର୍ବରୁ ତାମିଲନାଡୁ ଓ ଅନ୍ୟ ରାଜ୍ୟମାନଙ୍କର ରାଜ୍ୟସଭା ଆସନ ମଧ୍ୟ ରିକ୍ତ ହେବ। ଏଣୁ ସମ୍ମାନ ଦୃଷ୍ଟିରୁ କୌଣସି ଦଳ ହୁଏତ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିପାରନ୍ତି ବୋଲି ଆଶା କରାଯାଉଛି। ହେଲେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟପାଳିରେ ମନମୋହନ କିନ୍ତୁ ସଂସଦକୁ ସମ୍ବୋଧିତ କରିପାରିବେ ନାହିଁ ଏହା ସ୍ପଷ୍ଟ ହୋଇଯାଇଛି।

{"id":123011}

ସଂସଦର ବଜେଟ ଅଧିବେଶନରେ ମନମୋହନଙ୍କ ଅଭିଭାଷଣକୁ ଗୃହରେ ବେଶ ଗୁରୁତ୍ୱ ଦିଆଯାଏ। ସଂସଦରେ ତାଙ୍କ ଭାଷଣକୁ ପ୍ରତ୍ୟେକ ରାଜନୈତିକ ଦଳ ଗୁରୁତ୍ବର ସହ ଗ୍ରହଣ କରିଥାନ୍ତି , ଏପରିକି ଗଣମାଧ୍ୟମମାନେ ମଧ୍ୟ ଦିନ ଦିନ ଧରି ତାଙ୍କ ଭାଷଣର ତର୍ଜମା କରିଥାନ୍ତି । ତେବେ ଜୁନ ୧୪ରୁ ମନମୋହନ ରାଜ୍ୟସଭାରୁ ଅବ୍ୟହତୀ ନେଉଥିବାରୁ ୧୭ ଜୁନ ବଜେଟ୍ ଅଧିବେଶନ ଭାଷଣ ଗୃହରେ ରଖି ପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.