ବିଜେପିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ କୃଷ୍ଣ କୁମାର: କହିଲେ ସୋନିଆ ଗାନ୍ଧୀ ଦେଶକୁ ଭଲପାଆନ୍ତି ନାହିଁ

Published By : Prameya-News7 Bureau | April 21, 2019 IST

ନୂଆଦିଲ୍ଲୀ ୨୧/୪ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.ଏସ କୃଷ୍ଣ କୁମାର କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି | ଶନିବାର ଦିନ ସେ ବିଜେପି ନେତା ସହାନବାଜ ହୁସେନ ଏବଂ ଅନିଲ ବଲୁନିଙ୍କ ଉପସ୍ଥିତିରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି | ଏକ ସାମ୍ବାଦିକ ସମ୍ମିଳନୀରେ କୃଷ୍ଣ କୁମାର କହିଛନ୍ତି ଯେ, ଜଣେ ବିକାଶାତ୍ମକ କାର୍ଯ୍ୟକର୍ତ୍ତା ଭାବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜ୍ଞାନର ଗଭୀରତା ଏବଂ ରାଜନୈତିକ ଇଛା ଶକ୍ତିର ପ୍ରଶଂସା କରିଛନ୍ତି | ସେ ନିଜର ବାକି ଜୀବନ ମୋଦିଙ୍କ ସେନା ଭାବେ ଅତିବାହିତ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ | ସେ ଆହୁରି କହିଛନ୍ତି ଯେ, ମୋଦିଙ୍କୁ ଜନତା ଆସନ୍ତା ୫ବର୍ଷ ପାଇଁ ବରଂ ୧୦ ବର୍ଷ ପାଇଁ ଭୋଟ ଦିଅନ୍ତୁ | ଯେଭଳି ସେ ଭାରତକୁ ବିଶ୍ୱର ଏକ ନମ୍ବର ଦେଶ ଭାବେ ପ୍ରତିଷ୍ଠା କରିପାରିବେ | ୧୯୬୩ ବ୍ୟାଚର ଆଇଏଏସ ଅଧିକାରୀ କୃଷ୍ଣ କୁମାର କହିଛନ୍ତି ଯେ, ସେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ବିରୋଧୀ ଥିଲେ |


କୁମାର ୩ଥର କଂଗ୍ରେସ ସାଂସଦ ଥିଲେ | କିନ୍ତୁ ୟୁପିଏ ଶାସନ ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ବିରୋଧ କରନ୍ତି | ସେ ରାଜୀବ ଗାନ୍ଧୀଙ୍କ ବହୁତ ନିକଟତମ ଥିଲେ କିନ୍ତୁ ତାଙ୍କ ପରେ ଜଣେ ଦେଶଭକ୍ତ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଚଳାଇବା ଉଚିତ | ସେ ଆହୁରି କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ଦେଶ ପ୍ରତି କୌଣସି ସ୍ନେହ ବା ପ୍ରେମଭାବ ନାହିଁ |


ଏହାପୂର୍ବରୁ କଂଗ୍ରେସରେ ପ୍ରବକ୍ତା ଥିବା ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସ ଛାଡି ଶିବସେନାରେ ଯୋଗ ଦେଇଥିଲେ | ସେ କଂଗ୍ରେସକର୍ମୀଙ୍କ ଦୁର୍ବ୍ୟବହାର ଯୋଗୁଁ ଦଳ ଛାଡିଥିବା ଦର୍ଶାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.