ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜସୱନ୍ତ ସିଂଙ୍କ ପରଲୋକ

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜସୱନ୍ତ ସିଂଙ୍କ ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ଜସୱନ୍ତ ସିଂ ପ୍ରଥମେ ଦେଶର ସୈନିକ ଭାବେ ଯୋଗ ଦେଇଥିଲେ । ପରେ ସେ ରାଜନୀତିରେ ସକ୍ରିୟ ରହିଥିଲେ ।  ଅଟଳ ବିହାରୀ ବାଜପେୟୀ ସରକାରରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ ।

ଜସୱନ୍ତ ସିଂ ୩ ଜାନୁଆରୀ ୧୯୩୮ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୬୦ରେ ସେ ସେନାରେ ମେଜର ପଦରୁ ଅବସର ନେଇଥିଲେ । ପରେ ରାଜନୀତିରେ ପାଦ ଦେଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ଏନଡିଏ ସରକାରରେ ସେ ସକ୍ରିୟ ସଦସ୍ୟ ଥିଲେ। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏନଡିଏ ଶାସନ ସମୟରେ ଜସୱନ୍ତ ସିଂ ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପରିଚାଳନା କରିଥିଲେ ।

ଜସୱନ୍ତଙ୍କ ରାଜନୈତିକ କ୍ୟାରିୟର ଅନେକ ଉତଥାନ-ପତ୍ତନ ଦେଇ ଗତି କରିଛି । ୧୯୯୯ରେ ଅପହରଣ ହୋଇଥିବା ଏୟାର ଇଣ୍ଡିଆର ବିମାନ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆତଙ୍କବାଦୀଙ୍କ ସହ କାନ୍ଦାହାରକୁ ଯାଇଥିବାରୁ ତାଙ୍କୁ କଡା ସମାଲୋଚନା ଶିକାର ହେବାକୁ ପଡିଥିଲା । ଏନଡିଏ ଶାସନ କାଳରେ ଜସୱନ୍ତ ସିଂ ସବୁବେଳେ ଅଟଳ ବିହାରୀ ବାଜପେୟୀଙ୍କ ବିଶ୍ବାସର ପାତ୍ର ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.