Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କୋଇଲା ଦୁର୍ନୀତି ମାମଲା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

6/10/2020 at 11:24 AM

ନୂଆଦିଲ୍ଲୀ ୬।୧୦: ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । କୋଇଲା ଦୁର୍ନୀତି ମାମଲାରେ ରାୟ ଶୁଣାଇଲେ ସ୍ପେଶାଲ ସିବିଆଇ କୋର୍ଟ । କୋଇଲା ଦୁର୍ନୀତି ମାମଲାର ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ ସିବିଆଇ କୋର୍ଟ ଏ ନେଇ ରାୟ ଶୁଣାଇଛନ୍ତି । ଆସନ୍ତା ୧୪ ତାରିଖରେ ଦଣ୍ଡାଦେଶ ନେଇ ହେବ ଶୁଣାଣି ।

୧୯୯୯ରେ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । କୋଇଲା ବ୍ଲକ୍ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିଲା । ଯାହାର ତଦନ୍ତ କରୁଛି ସିବିଆଇ । ୧୯୯୯ ମସିହାରେ ଝାଡଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନରେ ଅନିୟମିତତା ନେଇ ଦିଲୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ୧୯୯୯ରେ ଝାଡଖଣ୍ଡରେ ବ୍ରହ୍ମଡିହା କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା ।

ଝାଡଖଣ୍ଡର ଗିରିଡିହିରେ ଥିବା ବ୍ରହ୍ମଡିହା କୋଲ୍ ବ୍ଲକ୍ ଆବଣ୍ଟନରେ ଅନିୟମିତତା ନେଇ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଥିଲା । ସେତେବେଳେ ଦିଲୀପ ରାୟଙ୍କ ସମେତ ୫ ଜଣଙ୍କୁ ସ୍ପେସାଲ ସିବିଆଇ କୋର୍ଟ ସମନ କରିଥିଲେ । ତତ୍‌କାଳୀନ କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ, ଆଡଭାଇଜର ନିତ୍ୟାନନ୍ଦ ଗୌତମ, କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଏବଂ କାଷ୍ଟର୍ଣ୍ଣ ମାଇନିଂକୁ ସମନ କରିଥିଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୨୦ (ବି) ଅପରାଧିକ ଷଡଯନ୍ତ୍ର, ୪୨୦ ଅର୍ଥାତ୍ ଠକେଇ, ୪୦୯ ଅର୍ଥାତ୍ ବିଶ୍ବାସ ଭଙ୍ଗ ଏବଂ ପ୍ରିଭେକ୍ସନ ଅଫ୍ କରପସନ୍‌ ଆକ୍ଟର ବିଭିନ୍ନ ଧାରା ଲଗାଥିଲେ କୋର୍ଟ ।

   Related Posts