ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସର୍ଦାର ବୁଟା ସିଂହଙ୍କ ପରଲୋକ

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ ୨।୧: ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କର ଶନିବାର ଦିନ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

୧୯୩୪ ମସିହା ମାର୍ଚ୍ଚ ୨୧ ତାରିଖରେ ପଞ୍ଜାବ ଜଳନ୍ଧର ଜିଲ୍ଲାର ମୁସ୍ତଫାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ସର୍ଦାର ବୁଟା ସିଂହ । ସେ ୮ଥର ଲୋକସଭାକୁ ମନୋନୀତ ହୋଇଥିଲେ ।

କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କୁ ଦଳିତଙ୍କ ସର୍ବେସର୍ବା କୁହାଯାଉଥିଲା । ନେହରୁ ଏବଂ ଗାନ୍ଧୀ ପରିବାରର ଅତି ଘନିଷ୍ଠ ଥିଲେ ସର୍ବାର ବୁଟା ସିଂହ । ତାଙ୍କ ରାଜନୈତିକ କ୍ୟାରିୟରରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଏବଂ ଖେଳ ମନ୍ତ୍ରୀ ରହିଥିଲେ । ଏହାସହ ସେ ବିହାରର ରାଜ୍ୟପାଳ ଏବଂ ଜାତୀୟ ଅନୁସୂଚୀତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ମହତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନିର୍ବାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.