ପୁରୀରେ ଉଚ୍ଛେଦ ଅଭିଯାନକୁ ପ୍ରଶାସନିକ ସନ୍ତ୍ରାସବାଦ କହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ

Published By : Prameya-News7 Bureau | September 05, 2019 IST

ପୁରୀ ୫।୯:  ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନକୁ ବିରୋଧ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ । ଏହି ମଠ, ଦୋକାନ ଓ ବାସଗୃହ ଭାଙ୍ଗିବା ଉଦ୍ୟମକୁ ପ୍ରଶାସନିକ ସନ୍ତ୍ରାସବାଦ ବୋଲି ସେ କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ମଠ ଓ ମନ୍ଦିର ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସେ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି । ସମସ୍ତଙ୍କ ସହ ଆଲୋଚନା କରିବା ସହ ଥଇଥାନ କାର୍ଯ୍ୟ ଶେଷ କରିବା ପରେ ଉଚ୍ଛେଦ କାର୍ଯ୍ୟ କରାଯାଉ ବୋଲି ବ୍ରଜ ତ୍ରିପାଠୀ କହିଛନ୍ତି। ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ବାର୍ ଆସୋସିଏସନର ପୂର୍ବତନ ସଭାପତି ରୁଦ୍ରନନ୍ଦନ ମିଶ୍ର ଓ ଆଦିତ୍ୟ ହୃଦୟ ମିଶ୍ର ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.