TMCରେ ମିଶିଲେ ବାବୁଲ ସୁପ୍ରିୟୋ, କିଛି ଦିନ ତଳେ ରାଜନୀତିରୁ ନେଇଥିଲେ ସନ୍ୟାସ

Published By : Prameya-News7 Bureau | September 18, 2021 IST

ପଶ୍ଚିମବଙ୍ଗ ୧୮/୦୯: ରାଜନୀତି ମୈଦାନକୁ ପୁଣିଥରେ କମବ୍ୟାକ୍ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ସେ TMC ରେ ସାମିଲ ହୋଇଛନ୍ତି । ବିଦ୍ଧିବଧ୍ ଭାବେ ସେ ଦଳରେ ସାମିଲ ହୋଇଛନ୍ତି । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରୋଇନଙ୍କ ଉପସ୍ଥିତିରେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।

wp:html /wp:html

ଗତ କିଛି ଦିନି ତଳେ ବିଜେପି ଛାଡିଥିଲେ ବାବୁଲ୍ । କେବଳ ଦଳ ଛାଡିନଥିଲେ ରାଜନୀତିରୁ ସନ୍ୟାସ ନେଇଥିବା ନେଇ ଘୋଷଣା କରିଥିଲେ । ହେଲେ ଏବେ ପୁଣିଥରେ ସେ ରାଜନୀତିକୁ ଫେରିଛନ୍ତି । ଗତ ପଶ୍ଚିମବଙ୍ଗ ନିର୍ବାଚନରେ ସେ ଟୋଲିଗଞ୍ଜରୁ ଆସନରୁ TMCର ଅରୁପ ବିଶ୍ୱାସଙ୍କ ଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.