କରୋନାକୁ ମାତ୍‌ ଦେଲେ ପୂର୍ବତନ ଟେନିସ୍ ଖେଳାଳି ପାଟ୍ରିକ୍ ମେକନରୋ

Published By : Prameya-News7 Bureau | April 19, 2020 IST

ନ୍ୟୁୟର୍କ: ପୂର୍ବତନ ଟେନିସ୍ ଖେଳାଲି ପାଟ୍ରିକ୍ ମେକନରୋଙ୍କୁ ରବିବାର କୋଭିଡ-୧୯ ନେଗେଟିଭ ଘୋଷଣା କରାଯାଇଛି। ପୂର୍ବତନ ୟୁଏସ୍ ଡେଭିସ୍ କପ୍ କ୍ୟାପ୍ଟେନ୍ ମେକନରୋ ମହାମାରୀ ସଂକ୍ରମିତ ଜଣାପଡିବା ପରେ ତାଙ୍କୁ ନ୍ୟୁୟର୍କସ୍ଥିତ ତାଙ୍କ ଘରେ ହୋମ କ୍ୱାରେଣ୍ଟାଇନ କରାଯାଇଥିଲା।  ତେବେ କ୍ୱାରେଣ୍ଟାଇନ୍ ପରେ ହୋଇଥିବା ଟେଷ୍ଟରେ ମେକନରୋ ଓ ତାଙ୍କ ପତ୍ନୀ ମେଲିସାଙ୍କ ରିପୋର୍ଟ ନେଗେଟିଭ ଆସିଛି।

wp:html /wp:html

କୋଭିଡ-୧୯ ବିରୋଧରେ ଟେନିସ୍‌ ଖେଳାଳିଙ୍କ ପରିବାର ବିଜୟ ଲାଭ କରିଥିବା ଜାଣିବା ପରେ ମେକ୍‌ନୋର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଆମେ ଉଭୟ କରୋନା ବିରୋଧରେ ଲଢିଥବା ସଂଗ୍ରାମରେ ବିଜୟୀ ହୋଇଥିବା ଆଜି ସକାଳେ ଜାଣିବାକୁ ପାଇଛୁ ବୋଲି ଉଲ୍ଲେଖ କରିଛନ୍ତି।

{"id":256642,"width":579,"height":326,"sizeSlug":"large"}

୫୩ ବର୍ଷ ବୟସ୍କ ମ୍ୟକନୋର କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଆତଙ୍କିତ ହୋଇପଡିଥିଲେ। ତେବେ ଡାକ୍ତରଙ୍କ ପରାମର୍ଶମାନି ଏକାନ୍ତ ବାସ ପରେ ସଂକ୍ରମଣ ମୁକ୍ତ ହୋଇଛନ୍ତି। ତେବେ ଟେଲିଭିଜନରେ ଟେଷ୍ଟିଂ ନେଇ ଯେଉଁଭଳି ପ୍ରସାରିତ ହେଉଛି ସେ ସବୁକୁ ଆମକୁ ବୁଝିବାକୁ ହେବ ବୋଲି କହିଛନ୍ତି ମେକନୋର। ତେବେ ତାଙ୍କର ସୁସ୍ଥତା ଖବର କେବଳ ତାଙ୍କ ଲାଗି ନୁହେଁ ନ୍ୟୁୟର୍କ ଷ୍ଟେଟ୍ ଲାଗି ମଧ୍ୟ ଏକ ଭଲ ଖବର ବୋଲି ବିଚାର କରାଯାଉଛି।

{"id":256643,"width":574,"height":493,"sizeSlug":"large"}

ଜନ୍ ମେକନୋରଙ୍କ ସାନଭାଇ ହେଉଛନ୍ତି ପାଟ୍ରିକ୍ ମେକନୋର। ଜନ୍ ତାଙ୍କ କ୍ୟାରିୟରରେ ୭ ଥର ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଥିଲେ। ତେବେ ପାଟ୍ରିକ୍ ଏବେ ତାଙ୍କର ଆଣ୍ଟିବଡି ଟେଷ୍ଟ କରାଇବେ ବୋଲି କହିଛନ୍ତି। ନ୍ୟୁୟର୍କରେ କରୋନା ପରିସ୍ଥିତିରେ ଏବେ ସୁଧାର ହେଉଥିବା ସେ କହିଛନ୍ତି । ନୂଆ ନୂଆ ସଂକ୍ରମଣ ବେଳେ ଗୋଟିଏ ଗୋଟିଏ ଦିନରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିଲା। ହେଲେ ପରେ ଜନସଚେତନତା ସୃଷ୍ଟି ହୋଇଥିବା ବେଲେ ଏବେ ମୃତ୍ୟୁ ସଂଖ୍ୟାରେ ପ୍ରାୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧାର ଆସିଲାଣି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.